ସରକଣ୍ଡା ହାଇସ୍କୁଲର ଛାତ୍ରୀଙ୍କ ଅପୂର୍ବ ସଫଳତା

Oplus_131072

ସରକଣ୍ଡା ହାଇସ୍କୁଲର ଛାତ୍ରୀଙ୍କ ଅପୂର୍ବ ସଫଳତା

ସୋହେଲା/ବରଗଡ : ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଶିକ୍ଷା ସୌଧ ଭୁବନେଶ୍ବରର ସୂଚନା ଅନୁସାରେ ଉଲ୍ଲେଖନୀୟ ବିଜ୍ଞାନ ପ୍ରକଳ୍ପ ପାଇଁ ବରଗଡ ଜିଲ୍ଲାର ୧୦ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ସାମିଲ ହେବା ପାଇଁ ମନୋନୀତ ହୋଇଥିବା ସୂଚନା ରହିଥିବା ବେଳେ ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଟିକେଶ୍ବରୀ ଭୁଏଙ୍କ ସମେତ ଜିଲ୍ଲାର ଦଶ ଜଣ ଛାତ୍ରଛାତ୍ରୀ ଏଥିରେ ମନୋନୀତ ହୋଇଥିବା ଜଣାପଡିଛି । ଜାପାନ ସାକୁର ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁରଷ୍କୃତ ହେବେ ସରକଣ୍ଡା ଗ୍ରାମର ଗୋବିନ୍ଦ ଭୁଏ ଓ ସୁଜାତା ଭୁଏଙ୍କ ସୁପୁତ୍ରୀ ଟିକେଶ୍ବରୀ ଭୁଏ । ଏହି ସଫଳତା ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ସରକଣ୍ଡା ହାଇସ୍କୁଲରେ ଅନୁଷ୍ଠିତ ଶୁଭେଚ୍ଛା ସମ୍ବର୍ଦ୍ଧନା ସଭାରେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଅଚାର୍ଯ୍ୟ ଏବଂ ସମ୍ମାନୀୟ ସୋହେଲା ଗୋଷ୍ଠୀ ଶିକ୍ଷାଧିକାରିଣୀ ଅମୃତା ସାହୁ ଯୋଗଦେଇ କୃତି ଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ରାଜମିସ୍ତ୍ରୀ ପିତା ଓ ଗୃହିଣୀ ମାତାଙ୍କ ସନ୍ତାନ ଟିକେଶ୍ବରୀ ଏକ ଗରିବ ପରିବାର ହୋଇଥିଲେ ମଧ୍ୟ ପରିଶ୍ରମୀ ଓ ଉଚ୍ଚାଭିଳାଷି ହୋଇଥିବାରୁ, ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଶାରିରୀକ ଶିକ୍ଷା ଶିକ୍ଷକ ଅନଙ୍ଗରାଜ ବାରିକ ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top