

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଏକ ଦିବସୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ବିନିକା ବିଇଓ ମାନନୀୟ ଘନଶ୍ୟାମ ସାହୁ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶଙ୍କର ପଟେଲ ଉପସ୍ଥିତ ଥିଲେ । ବାଟିକା ବିଭାଗରୁ ୧୮୦, ପ୍ରାକ୍ ଶିଶୁ ବର୍ଗରୁ ୧୬୦, ଶିଶୁ ବର୍ଗରୁ ୮୦, ବାଲି ବର୍ଗରୁ ୨୧, କିଶୋର ବର୍ଗରୁ ୬ ଏହିପରି ମୋଟ ୪୪୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଜ୍ଞାନ ପ୍ରକଳ୍ପରେ ମୋଟ ୪୦୯ ଜଣ ଅଂଶଗ୍ରହଣ କରିଥିବା ବେଳେ ଗଣିତ ପ୍ରକଳ୍ପରେ ୩୮ ଜଣ ଇତ୍ୟାଦି ଭାଗ ନେଇଥିଲେ ।


ଏଇ ଅବସରରେ ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ,ଗଣିତ ପ୍ରୟୋଗ,ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ର ବାଚନ, କଥାକଥନ, ତାହାଲିକ୍ ଭାଷଣ, ନିବନ୍ଧ ଓ ମୂର୍ତ୍ତି କଳା ଇତ୍ୟାଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବେ ଅଶ୍ବିନୀ ଗଡତିଆ, ସୁଶାନ୍ତ ପ୍ରଧାନ, ଆଲୋକ କୁମାର ଅଗ୍ରଓ୍ବାଲ, ବିବେକାନନ୍ଦ ସାହୁ, ରମାକାନୁ ପୁଷ୍ଟି, ସୀମା ମେହେର, ଶାନ୍ତନୁ କୁମାର ସାହୁ, ଲିପ୍ସା ରାଣୀ ମହାପାତ୍ର, ଅନୁକମ୍ପା ପଧାନ ଉପସ୍ଥିତ ଥିଲେ । ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ବିଇଓ ବଲ୍ଲଭ ମେହେର, ମୁଖ୍ୟବକ୍ତା ଭାବେ ବିଜେପୁର କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ଏବିଇଓ ସୁଶାନ୍ତ କୁମାର ପାଣ୍ଡେ, କମିଟୀ ଚେୟାରପର୍ସନ୍ ସୁଦାମ ଚରଣ ପଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।





