ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗାର ବାର୍ଷିକ କ୍ରୀଡା ଉତ୍ସବ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗାର ବାର୍ଷିକ କ୍ରୀଡା ଉତ୍ସବ

ବରଗଡ : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗା କଲୋନୀ ଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଧାତୁକପାଲି ହାଇସ୍କୁଲଳ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରବଣ କୁମାର ସାହୁ ଏହାର ଶୁଭ ଉଦଘାଟନ କରିଥିଲେ ଲ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ମିଶ୍ର ଅତିଥି ପରିଚୟ ସହିତ ସ୍ୱାଗତ ବକ୍ତବ୍ୟ କରିଥିବା ବେଳେ ଆଚାର୍ଯ୍ୟା ବୀଣାପାଣି ପଧାନ, କୁନି ମହାକୁର ଏବଂ ସୂର୍ଯ୍ୟକାନ୍ତୀ ମହାକୁର ବନ୍ଦନା ଓ ପରିଚାଳନା କରିଥିଲେ ଓ ପ୍ରକାଶ ଚନ୍ଦ୍ର ଦଳେଇ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ସାହୁ ସହିତ ଗୁଣବନ୍ତ ସାହୁଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅନେକ ଶିଶୁ ଅଂଶଗ୍ରହଣ କରିଥିବା ଉକ୍ତ କ୍ରୀଡ଼ା ଉତ୍ସବରେ ଆଚାର୍ଯ୍ୟ/ ଆଚାର୍ଯ୍ୟା, କର୍ମଚାରୀଙ୍କ ସମେତ ପରିଚାଳନା କମିଟୀର ସଭାପତି, ସଂପାଦକ, ଉପ-ସଭାପତି ସଦସ୍ୟମାନେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top