ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ଗୁରୁ ଦିବସ ପାଳିତ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରରେ ଗୁରୁ ଦିବସ ପାଳିତ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ପାଳିତ ହୋଇଯାଇଛି । ସହ-ପ୍ରଧାନ ଆଚାର୍ଯ୍ୟ ସଦାନନ୍ଦ ପଧାନ ଅତିଥି ପରିଚୟ ପ୍ରଦାନ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଷଡଙ୍ଗୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ଘନଶ୍ୟାମ ମେହେର ଭାରତର ଦ୍ବିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ତଥା ଗୁରୁଙ୍କ ଗୌରବମୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବୌଦ୍ଧିକ ପ୍ରଦାନ କରିଥିଲେ । ଶିଶୁ ଭାଇଭଉଣୀ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ । ନବମ ଓ ଦଶମ ଶ୍ରେଣୀର ଶିଶୁମାନେ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ଗୁରୁ ପୂଜନ କରିଥିଲେ । ଆଚାର୍ଯ୍ୟା ମନ୍ଦାକିନୀ ସାହୁଙ୍କ ସଂଜୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟ ଉମାକାନ୍ତ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top