ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିହରରେ ମହାସମାରୋହରେ ବାର୍ଷିକୋତ୍ସବ ୨୦୨୪-୨୫ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଙ୍କର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତୀୟା, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ସାହୁ, ସମ୍ମାନୀତ ଅତିଥି ଭାବେ ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର, ଏସ୍.ଏମ୍.ସି ଚେୟାରପର୍ସନ ପୁଷ୍ପ ରଞ୍ଜନ ପ୍ରଧାନ ମଞ୍ଚାସୀନ ଥିଲେ । ଶିକ୍ଷୟିତ୍ରୀ ଶ୍ରୀମୟୀ ମାହାଣାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବାସନ୍ତୀ ସାହୁ ଅତିଥିଗଣଙ୍କୁ ପରିଚିତ କରାଇଥିଲେ ଓ ଓଡିଆ ଶିକ୍ଷକ ରିଙ୍କୁ ଭୋଈ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସୁଶାନ୍ତ ବାରିକ, ସୁକାନ୍ତୀ ରୋହିଦାସ, ସୀମା ମେହେର, ନୀଳମଣି ସେଠୀ, ଲଲିତା ଧରୁଆ ଆଦି ଶିକ୍ଷକ/ଷିକ୍ଷୟିତ୍ରୀଙ୍କ ସମେତ କନିଷ୍ଠ ସହାୟିକା ଝରଣା ମଞ୍ଜରୀ ମେହେର, କ୍ଷିରୋଦ୍ର ଲେହରିଆ, ଲିଙ୍ଗରାଜ ସାମିନୀ ପ୍ରମୁଖ କର୍ମଚାରୀଗଣ ସହଯୋଗ କରିଥିଲେ।




