

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା 2025-26 ଅନୁଷ୍ଠିତ
ବରଗଡ : ବରଗଡ ଜିଲ୍ଲା ଅନ୍ତର୍ଗତ ଦଶମାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚଳିତ ଶିକ୍ଷାବର୍ଷର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଦଶମାଇଲ ସେବାଶ୍ରମର ବିଜ୍ଞାନ ଶିକ୍ଷକ ପ୍ରଦୀପ ପଧାନଙ୍କ ଦ୍ବାରା ଉଦଘାଟିତ ଉକ୍ତ ମେଳାରେ ମୁଖ୍ୟବକ୍ତା ଭାବେ ବୁଦ୍ଧଦେବ ବିଶି ସି ଆର ସି ସି ଶ୍ରୀଗିଡା କ୍ଳଷ୍ଟର ସି.ଆର୍.ସି.ସି ବୁଦ୍ଧଦେବ ବିଶିର୍ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ଏଥିରେ ମୋଟ ୨୪୧ ଜଣ ଶିଶୁ ଅଂଶଗ୍ରହଣ କରିଥିବା ବେଳେ ଶିଶୁବର୍ଗ ରୁ ୧୦୬ ଜଣ, ବାଳବର୍ଗରୁ ୯୦ ଜଣ ଓ କିଶୋର ବର୍ଗରୁ ୪୫ ଜଣ ଭାଗ ନେଇଥିଲେ । ବିଜ୍ଞାନ ପ୍ରକଳ୍ପରେ ୭୩ ଜଣ, ଗଣିତ ପ୍ରକଳ୍ପରେ ୫୬ ଜଣ ଭାଗ ନେଇଥିବା ବେଳେ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ର ବାଚନ, କଥାକଥନ, ତାହାଲିକ୍ ଭାଷଣ, ନିବନ୍ଧ ଓ ମୂର୍ତ୍ତି କଳା ଆଦି ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପ ଗୁଡିକର ବିଚାରକ ଭାବରେ ପ୍ରଦୀପ କୁମାର ପଧାନ, ଟଙ୍କଧର ପଧାନ, ଶୁଶାନ୍ତ କୁମାର ସାହୁ , ଶ୍ରୀବତ୍ସ ସାହୁ, ବୁଦ୍ଧଦେବ ବିଶି ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଶଶିକାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ । ସଂକୁଳର ବିଭିନ୍ନ ବିଦ୍ୟାଳୟରୁ ୧୬ ଜଣ ଗୁରୁଜୀ /ଗୁରୁମା ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ଗୁରୁଜୀ ଗୁରୁମା ତଥା ପରିଚାଳନା ସମିତିର ସଭାପତି, ସମ୍ପାଦକ ଙ କୋଷାଧ୍ୟକ୍ଷଙ୍କ ସମେତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


