ସଂକର୍ଷଣ ଉ.ପ୍ରା ସ୍କୁଲରେ ଜନରାଜ୍ୟ ଦିବସ
ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ମୀନକେତନ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରିଥିଲେ । ନୈତିକ ମୂଲ୍ୟବୋଧର ଅବକ୍ଷୟ ଯୋଗୁଁ ସମାଜରେ ଭ୍ରାଷ୍ଟାଚାର ତଥା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏବେଠୁ ସଜାଗ ନ ହେଲେ ଆଗାମୀ ଦିନରେ ଘରୁ ଗୋଡ଼ କାଢିବା କଷ୍ଟକର ହୋଇ ପଡିବ ଏବଂ ଏହାର ପ୍ରତିକାର ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁରୁ ଦାୟିତ୍ବ ରହିଥିବା ହେତୁ ବିଦ୍ୟାଳୟରେ ପିଲାଙ୍କୁ ନୈତିକ ମୂଲ୍ୟବୋଧର ଶିକ୍ଷା ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ପ୍ରଧାନ ଶିକ୍ଷକ ଚିତ୍ରରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ସଂଗୀତା ମହତ୍ତମଙ୍କ ପରିଚାଳନାରେ ଛାତ୍ରୀଗଣ ଜାତୀୟ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷକ ବିଡିଓ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ଶିକ୍ଷକ ଆନନ୍ଦ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମୂହିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ପରେ ମୁଖ୍ୟ ଅତିଥି ବାର୍ଷିକ କ୍ରୀଡା ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡା ଶିକ୍ଷକ କ୍ରୀଷ୍ଣା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।



