

ସଂକର୍ଷଣ ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାଦ ଶିକ୍ଷୟିତ୍ରୀ ଚିତ୍ରରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ଓ ସୁଶାନ୍ତ କୁମାର ପାଣ୍ଡେ ଏବଂ ମୁଖ୍ୟବକ୍ତା ଭାବେ ସି.ଆର୍.ସି.ସି ସୁଧାଂଶୁ ଶେଖର ଜାଲ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ଆନନ୍ଦ ଚନ୍ଦ୍ର ମହାପାତ୍ର ଅତିଥିଙ୍କୁ ପରିଚୟ କରାଇଥିଲେ । ଶିକ୍ଷକ ବିଡିଓ ସାହୁ ସଭାକୁ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଐତିହ୍ୟ ସମ୍ପନ୍ନ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଦାନ କରିଥିବା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜଗଦୀଶ ମେହେର, ଭାଗିରଥୀ ପଟ୍ଟନାୟକ, ଆର୍ତ୍ତତ୍ରାଣ ପଧାନ, ରାଧାକାନ୍ତ ସାହୁ ସ୍ମୃତି ସ୍ମାରକୀ ପୁରସ୍କାର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଚଳିତବର୍ଷରୁ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୀନକେତନ ପଧାନ ଶିକ୍ଷା ପୁରସ୍କାର ପ୍ରଦାନ ନିମନ୍ତେ ୧୨୦୦୦ ଟଙ୍କା ଦିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚିତ୍ରରେଖା ପ୍ରଧାନ ଘୋଷଣା କରିଥିଲେ ।


ଶିକ୍ଷୟିତ୍ରୀ ସଙ୍ଗୀତା ମହତ୍ତମଙ୍କ ପରିତାଳନାରେ ଛାତ୍ରଛାତ୍ରୀମାନେ ମନୋରମ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସରୋଜ ମେହେର, କ୍ରିଷ୍ଣାନନ୍ଦ ଦାଶ, କୃପାସିନ୍ଧୁ ପାଇକ, ଶିବାନନ୍ଦ ଦାଶ, ସତ୍ୟବତୀ ପଧାନ, କଲ୍ୟାଣୀ ବିଶ୍ବାଳ, ସୁରଭି ସିଂ ବରିହା, କୁନି ସେଠ, ମୀନତି ସାହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟୀର କୁମୁଦିନୀ ଲହରିଆ,ଲକ୍ଷ୍ମୀ ବାଗ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟୀର ସଦସ୍ୟ/ସଦସ୍ୟା ଓ ଅଭିଭାବକଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶିକ୍ଷକ ସୁଶାନ୍ତ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।



