

ସମ୍ବଲପୁରରେ ଶିକ୍ଷକ ଶିକ୍ଷାର ପୁନର୍କଳ୍ପନାର ଦ୍ବି-ଦିବସୀୟ ଜାତୀୟ ସମ୍ପାନ ଉଦ୍ଯାପିତ


ସମ୍ବଲପୁର : ସମ୍ବଲପୁରର ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନ ଓ ପତଙ୍ଗର ମିଳିତ ଆନୁକୂଲ୍ୟରେ “ଭାରତରେ ଶିକ୍ଷକ ଶିକ୍ଷାର ପୁନର୍କଳ୍ପନା (ଏକ ବିବିଧ ବହୁଭାଷୀ ଏବଂ ଡିଜିଟାଲ ଯୁଗରେ ବ୍ରୀଜ ନୀତି ଦୃଷ୍ଟିକୋଣ ଏବଂ ଶ୍ରେଣୀଗୃହ ଅଭ୍ୟାସ) ବିଷୟ ସଂପର୍କିତ ଦ୍ବି-ଦିବସୀୟ ଜାତୀୟ ସମ୍ପାନ ଉଦ୍ଯାପିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ପ୍ରଫେସର ଗରୁଡଧ୍ୱଜ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ମୀନକେତନ ପାଠୀ, ମୁଖ୍ୟବକ୍ତା ଭାବେ ଭୂତପୂର୍ବ ଅଧ୍ୟକ୍ଷା ପ୍ରଫେସର ନିରୂପମା ବଡ଼ପଣ୍ଡା, ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନ, ସମ୍ବଲପୁରର ଡ.ପର୍ଶୁରାମ ମିଶ୍ର ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗୀୟ ଆଞ୍ଚଳିକ ନିର୍ଦ୍ଦେଶକ ଡ.ମୂରଲୀଧର ମାଝି ଉପସ୍ଥିତ ରହି ଶିକ୍ଷକ ଶିକ୍ଷା ସଂପର୍କୀୟ ଉଚ୍ଚକୋଟୀର ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଫେସର ପାଠୀଙ୍କ “ବସୁଧୈବ କୁଟୁମ୍ବକମ୍” ଉପରେ ଆଧାରିତ ମାର୍ଗଦର୍ଶନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିଭୂତ କରିଥିଲା । ପ୍ରଫେସର ନିରୂପମା ବଡ଼ପଣ୍ଡାଙ୍କ ଭାଷା, ଧର୍ମ ବିଶେଷରେ ଏକତା ଭାବ ସମ୍ପର୍କିତ ବକ୍ତବ୍ୟ ଏବଂ ସମ୍ମାନୀତ ଅତିଥି ପ୍ରତିଷ୍ଠାନର ଅବସରପ୍ରାପ୍ତ ଅନ୍ୟତମ ଅଧ୍ୟକ୍ଷା ଡକ୍ଟର କିଶୋରୀ ଦାଶଙ୍କ ପ୍ରତିଷ୍ଠାନ ସହିତ ଜଡିତ ସ୍ମୃତି ଚାରଣ ଛାତ୍ରଛାତ୍ରୀଙ୍କୁ ସୁନ୍ଦର ମାର୍ଗଦର୍ଶନ କରିବାରେ ସହାୟକ ହୋଇଥିଲା । ଅନ୍ୟତମ ଅତିଥି ରିଶଭ କୁମାର ,ପତଙ୍ଗ, ସମ୍ବଲପୁର, ସ୍ୱ-ଅଭିମତରେ ଦୁଇଦିନିଆ ସମ୍ପାନରେ ସାଉଁଟିଥିବା ସମସ୍ତ ସୁନ୍ଦର ଅନୁଭୂତିକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଆଲୋଚନା ଚକ୍ରର କାର୍ଯ୍ୟକାରୀ ସଂଯୋଜିକା ଡକ୍ଟର ବିଶେଶ୍ୱରୀ ସାହୁ ଦୁଇଦିନିଆ ଆଲୋଚନା ଚକ୍ରର ବିବରଣୀ ପାଠ କରିଥିବା ବେଳେ ସଂଯୋଜକ ଡକ୍ଟର ବୃନ୍ଦାବନ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


ସୋନିଆ ପରେୟା ଉଦ୍ଯାପନୀ ଉତ୍ସବର ସଂଯୋଜନା ଦାୟିତ୍ୱ ତୁଳାଇଥିଲେ ଲ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି ଏହି ଅଧିବେଶନରେ ଉପସ୍ଥିତ ଥିଲେ । ଭାରତର ବହୁ ମହାନ୍ ଶିକ୍ଷାବିତ୍ ଉକ୍ତ ଦୁଇଦିନିଆ ଉତ୍ସବରେ ଉପସ୍ଥିତ ଥିଲେ । ପ୍ରତିଷ୍ଠାନର ପ୍ରଫେସର ରବିନ୍ଦ୍ର ନାୟକ, ଡକ୍ଟର ନମିତା ଦାଶ, ସହକାରୀ ପ୍ରଫେସର ମମତା ପ୍ରିୟଦର୍ଶିନୀ ସାହୁ, ସମ୍ପାନର ସଂଯୋଜିକା ଡକ୍ଟର କଳ୍ପନା ରାଣୀ ଦାଶ, ସୀତା ମହାନ୍ତ, ଲଳିନ୍ଦ୍ର ମୋହନ ମାରାଣ୍ଡି, ଡକ୍ଟର ବବିତା ସାହୁ, ସିପ୍ରା ପ୍ରଧାନ, ସଂଯୋଜକ ଚନ୍ଦନ କୁମାର ସାହୁ, ସରୋଜ ଛତ୍ରିଆ, ଚେତନା ନନ୍ଦ ଖମାରୀ, ଡକ୍ଟର ସସ୍ମିତା ଗାହାଣ, ଖୀତିଶ ଚନ୍ଦ୍ର ପାତ୍ର, ଡକ୍ଟର ମଞ୍ଜୁଶ୍ରୀ ବାଗ, ପଦ୍ମିନୀ ନାଏକ, ଶର୍ମିଷ୍ଠା ଗଡ଼ନାୟକ, ମଧୁରିମା ଦାସ, ଜ୍ୟୋତିର୍ମୟୀ ମହନ୍ତ, ତଫସିଲ ବୁଦୁଲା, ସୌମ୍ୟ ରଞ୍ଜନ ପାଣିଗ୍ରାହୀ ସୂଚାରୁରୂପେ ନିଜ ନିଜର ଦାୟିତ୍ବ ତୁଲାଇଥିଲେ । ବିଏଡ୍ ଓ ଏମଏଡ୍ ଛାତ୍ରୀଗଣଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିଗଣ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଓଡ଼ିଶା ତଥା ରଜ୍ୟ ବାହାରୁ ଆସିଥିବା ରିସର୍ଚ୍ଚ ସ୍କୋଲାର୍, ସହକାରୀ ପ୍ରଫେସର, ପ୍ରଫେସର, ଛାତ୍ରଛାତ୍ରୀ ଓ ପତଙ୍ଗର କର୍ମକର୍ତ୍ତା ନିଜ ଅନୁଭୂତି ବାଣ୍ଟିଥିଲେ । ପ୍ରତିଷ୍ଠାନର ସମସ୍ତ ସହକାରୀ ପ୍ରଫେସର, ଛାତ୍ରଛାତ୍ରୀ ସମସ୍ତ କର୍ମଚାରୀ ଓ ପତଙ୍ଗର କର୍ମୀମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ, ଜାତୀୟ ସଂଗୀତ ଗାୟନ ସହିତ ଉଦ୍ଯାପିତ ହୋଇଥିଲା ।





