

ସମ୍ବଲପୁରରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭା
ସମ୍ବଲପୁର : ସମ୍ବଲପୁର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଭାରତୀୟ ଦଲିତ ସାହିତ୍ୟ ଏକାଡେମି ଓଡ଼ିଶା ରାଜ୍ୟ ଶାଖା ତରଫରୁ ରାଜ୍ୟ ସଭାପତି ନିହାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଗତ ଡିସେମ୍ବର ୧୨ ଓ ୧୩ ଭାରତୀୟ ଦଲିତ ସାହିତ୍ୟ ଏକାଡେମିର ୪୧ତମ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶା ରାଜ୍ୟର ୩୦ ଜଣ ବିଭିନ୍ନ ପ୍ରତିଭାଙ୍କୁ ପଞ୍ଚଶୀଳ ଆଶ୍ରମ, ଝରୋଦା, ନୂଆଁ ଦିଲ୍ଲୀ ଠାରେ ବିଭିନ୍ନ ରାଷ୍ଟ୍ରୀୟ ସମ୍ମାନରେ ସମ୍ମର୍ଦ୍ଧିତ କରାଯାଇଥିବା ପ୍ରତିଭାଙ୍କୁ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ସାଧାରଣ ସମ୍ପାଦକ ଶିବଶଙ୍କର ପଧାନଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ସମ୍ମାନୀତ ଅତିଥି ଗୋପାଲ ପଧାନ, ରାଷ୍ଟ୍ରୀୟ ସମ୍ପାଦକ ଆଇନଜୀବୀ ଦୀପକ ରଞ୍ଜନ ବାଗଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରାପ୍ତ ଡ.ସୁଶିଲ କୁମାର ବେହେରା, ଇଂ ସୁଧୀର ସାହୁ, ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା, ଅଶ୍ବିନୀ ମେହେର, ଗଦାଧର ନିହାଲ, ବିପ୍ର ଚରଣ ଜୟପୁରିଆ, ମୂରଲୀଧର ନାୟକ, ଅମିନ ମହାନନ୍ଦ, ନୁରି ପାଣିଗ୍ରାହୀ, ଜନାବ ଖାଁ, ଘନଶ୍ୟାମ ନାଗ, ଧରମେନ୍ଦ୍ର ନାଗ, ସଫେଦ ବାରିକ, ବିକ୍ରମ ସାହୁ, ଯଶୋବନ୍ତି ନିଆଲ, କୃଷ୍ଣଚନ୍ଦ୍ର ସେନ୍ଦ୍ରିିଆ, ପିଙ୍କି ଲୁହା ଜଗନ୍ନାଥ କୁମ୍ଭାର ପ୍ରମୁଖଙ୍କୁ ସମ୍ମାର୍ଦ୍ଧନା ଦିଆଯାଇଥିଲା । ବାବାସାହେବ ଆମ୍ବେଦକର, ମହାତ୍ମା ଜ୍ୟୋତିବା ରାଓ ଫୁଲେ। ଭଗବାନ ଗୌତମ ବୁଦ୍ଧ, ସନ୍ଥ କବି ଭୀମ ଭୋଇ, ବିର୍ସା ମୁଣ୍ଡା, ସାବିତ୍ରୀ ବାଇ ଫୁଲେମା ଙ୍କ ସମ୍ମାନ ପାଇଥିବାରୁ ତାଙ୍କର ଆଦର୍ଶକୁ ଆପଣେଇ ସର୍ବଜନ ହିତାୟ କାମ କରିବା ପାଇଁ ଉପଦେଶ ସହିତ ଆହ୍ବାନ ଦିଆଯାଇଥିଲା । ରାଜ୍ୟ ସମ୍ପାଦକ ଫଗୁନୁ କୁମ୍ଭାର, କେଦାରନାଥ ଜଗତ ସମେତ ଏକାଡେମିର ସଦସ୍ୟଙ୍କ ଉପସ୍ଥିତିରେ ଆରତବନ୍ଧୁ ଚାନ୍ଦ, ମିନାକ୍ଷୀ ରାଉତ, ଶିବପ୍ରିୟା ସାହୁ, ଯମୁନା ଶିକା ପ୍ରମୁଖ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଗଣ ପ୍ରତ୍ୟୁତ୍ତରରେ ଏକାଡେମି ସହିତ ରାଜ୍ୟ ସଭାପତି ଡ. ନାହାଲ ସିଂଙ୍କୁ କୃତଜ୍ଞତା ଜଣାଇବା ସହିତ ସମାଜ ହିତରେ ନିଜର କର୍ତ୍ତବ୍ୟ ବଜାୟ ରଖିବେ ବୋଲି ସ୍ବ-ଉକ୍ତି ପ୍ରକାଶ କରିଥିଲେ । ଶେଷରେ ଜଗନ୍ନାଥ କୁମ୍ଭାର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





