

ସମ୍ବଲପୁରରେ ‘ଲୋକ ସେବକ ମଣ୍ଡଳ’ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ସମ୍ବଲପୁର : ଅଦ୍ୟ ତା.୧୭.୧୧.୨୦୨୫ ସୋମବାର ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ମହାନ୍ ଦେଶଭକ୍ତ, ଲୋକ ସେବକ ମଣ୍ଡଳର ପ୍ରାଣ ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରଖର ରାଷ୍ଟ୍ରବାଦୀ ନେତା, ସମାଜ ସଂସ୍କାରକ, ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ ଅବସରରେ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି । ପଞ୍ଜାବ କେଶରୀ ଲାଲା ଲଜପତ ରାୟ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କକ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା | ଲୋକ ସେବକ ମଣ୍ଡଳ, ସ୍ଥାନୀୟ ପରାମର୍ଶଦାତା କମିଟିର ସମ୍ପାଦକ ଶ୍ରୀଯୁକ୍ତ ରଘୁନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ଡାକ୍ତର ନାରାୟଣୀ ପଣ୍ଡା, ଡାକ୍ତର ରମାବଲ୍ଲଭ ମିଶ୍ର, ଡ଼ଃ ଶଙ୍କର ପ୍ରସାଦ ପତି, ବରିଷ୍ଠ ସାମ୍ବାଦିକ ଡ଼ଃ ଭବାନୀ ଦିକ୍ଷିତ, ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍, ଶ୍ରୀଯୁକ୍ତ ଦୀପକ କୁମାର ବେହେରା, ଶ୍ରୀଯୁକ୍ତ ଅଜିତ କୁମାର ସାହୁ, କମ୍ୟୁନିଟି ସେଣ୍ଟର୍’ର ପ୍ରବନ୍ଧକ ଶ୍ରୀଯୁକ୍ତ ଲୋକନାଥ ରାଉତ, ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା, ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା, ଶ୍ରୀଯୁକ୍ତ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଶ୍ରୀମତୀ ମୀରାବାଈ ପାତ୍ର, ଶ୍ରୀଯୁକ୍ତ ଅମରନାଥ ମହାପାତ୍ର, ଶ୍ରୀଯୁକ୍ତ ଅଚ୍ୟୁତ ଦଳେଇ ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଯୋଗଦାନ କରି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଲୋକ ସେବକ ମଣ୍ଡଳ ପକ୍ଷରୁ ସ୍ଥାନୀୟ ଲାଲା ଲଜପତ ରାୟ ଆଇନ୍ ମହାବିଦ୍ୟାଳୟ ପରିସର ସ୍ଥିତ ଲାଲା ଲଜପତ ରାୟଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଉଲ୍ଲେଖଯୋଗ୍ୟ ଯେ, ତା.୦୯.୧୧.୧୯୨୧ରିଖ ରେ ଅଖଣ୍ଡ ଭାରତର ଲାହୋର ଠାରେ ପୂଜ୍ୟ ଲାଲା ଲଜପତ ରାୟ ‘ଲୋକ ସେବକ ମଣ୍ଡଳ’ ସାର୍ଭିସ୍ ଅଫ୍ ଦ ପିପୁଲ୍ ସୋଶାଇଟି ର ପ୍ରତିଷ୍ଠା କରିଥିଲେ ଏବଂ ସେହିଦିନ ଠାରୁ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଲୋକ ସେବକ ମଣ୍ଡଳ ନିରନ୍ତର ଭାବରେ ସେବା କାର୍ଯ୍ୟ କରି ଆସୁଅଛି ।


