ସମ୍ବଲପୁରରେ ଆୟୋଜିତ ହେବ ମାଁ ସମଲେଶ୍ଵରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୬

ସଭାରେ କେନ୍ଦ୍ରୀୟ ପରିଚାଳନା ସମିତି ଗଠିତ

ସମ୍ବଲପୁର : ସମ୍ବଲପୁର ସ୍ଥାନୀୟ ପାନ୍ଥନିବାସ ସ୍ଥିତ ବୀର ସୁରେନ୍ଦ୍ର ସାଏ ସମ୍ମିଳନୀ କକ୍ଷ ଠାରେ “ମାଁ ସମଲେଶ୍ୱରୀ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମ୍ମେଲନ୍” ଆୟୋଜନ ସମିତିର ଦ୍ବିତୀୟ ସଭା ପ୍ରଫେସର ରାଧେ ଗୋପାଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ପରିଚାଳନାରେ ରାଧାମାଧବ ବହିଦାର, ସଞ୍ଜୟ କୁମାର ବାବୁ, ଶିବ ନାରାୟଣ ବେହେରା, ଜଗଦୀଶ ପାଣ୍ଡେ ପ୍ରମୁଖ ମଞ୍ଚାସୀନ ଥିଲେ । ଆବାହକ ପ୍ରଫେସର ରାଧେ ଗୋପାଳ ପ୍ରଧାନ ସଙ୍ଗଠନର ମହାନ୍ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ୱନ୍ଧରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମିଳନୀର ସଫଳ ଆୟୋଜନ ସକାଶେ ଉପସ୍ଥିତ ଶତାଧିକ ବୁଦ୍ଧିଜୀବୀ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

ସଭାରେ ସର୍ବ ସମ୍ମତି କ୍ରମେ ଏକ କେନ୍ଦ୍ରୀୟ ପରିଚାଳନା ସମିତି ଗଠିତ ହୋଇଥିଲା । ପଣ୍ଡିତ ଅମରନାଥ ମିଶ୍ର ନୂତନ ଭାବରେ ଗଠିତ କେନ୍ଦ୍ରୀୟ ପରିଚାଳନା ସମିତିର ଘୋଷଣା କରିଥିଲେ । କେନ୍ଦ୍ରୀୟ ସଭାପତି ଭାବେ ପ୍ରଫେସର ରାଧେ ଗୋପାଳ ପ୍ରଧାନ, ଉପ-ସଭାପତି ଭାବେ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ଓ ଜଗଦୀଶ ପାଣ୍ଡେ, ସାଧାରଣ ସମ୍ପାଦକ ଭାବେ ସଞ୍ଜୟ କୁମାର ବାବୁ , ସମ୍ପାଦକ ଭାବେ ରାଧାମାଧବ ବହିଦାର , ଯୁଗ୍ମ ସମ୍ପାଦକ ଭାବେ ନେପାଳ ପ୍ରଧାନ ଓ ପଞ୍ଚାନନ କୈରାଲୀ, କୋଷାଧ୍ୟକ୍ଷ ଭାବେ ଲିଙ୍ଗରାଜ ପ୍ରଧାନ, ମହିଳା ବିଭାଗର ଆବାହିକା ଭାବେ ଡ଼ଃ ମାନସୀ କର ଏବଂ ଯୁବ ବିଭାଗର ଆବାହକ ଭାବରେ ଓମ୍ ପ୍ରକାଶ ସାହୁଙ୍କୁ ସର୍ବସମ୍ମତି କ୍ରମେ ଦାୟୀତ୍ୱ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିରେ ମାନ୍ୟବର ସଭ୍ୟସଭ୍ୟା ଭାବରେ ସୁବେଦାର ମେଜର ଶିବ ନାରାୟଣ ବେହେରା, ପଣ୍ଡିତ ଅମରନାଥ ମିଶ୍ର, ଶ୍ରୀମତୀ ସାବିତ୍ରୀ ପ୍ରଧାନ, ଭକ୍ତ ପ୍ରସାଦ ନନ୍ଦ, ସୁପ୍ରଭା ସାମଲ, ଲଲାଟ ଲୁହା, ଶ୍ରୀମତୀ ଭାରତୀ ପଣ୍ଡା, ଡ଼ଃ ଦୀପେନ୍ ପଟ୍ଟନାୟକ, ଡ଼ଃ ସପନ୍ ମିଶ୍ର, ଭବାନୀ ଶଙ୍କର ଭୋଇ, ସରୋଜ କୁମାର ଦାଶ, ଦିବାକର ପ୍ରଧାନ, ପ୍ରିୟବ୍ରତ ବଣୁଆଁ, ସୁରେନ୍ଦ୍ର ସ୍ୱାଇଁ, ଯଜ୍ଞଗ୍ୟେନ୍ଦ୍ର ନାରାୟଣ ମିଶ୍ର (ଟିନା), ଫଣୀନ୍ଦ୍ର ତାଣ୍ଡି, ଉପେନ୍ଦ୍ର ମହାପାତ୍ର, ରାମେଶ୍ୱର ପୁରୋହିତ, ଡ଼ଃ ନରେନ୍ଦ୍ର ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା, ରତ୍ନାକର ଭୋଇ ପ୍ରମୁଖ ରହିଛନ୍ତି । ସମଗ୍ର ବିଶ୍ୱରେ ମାଁ ସମଲେଶ୍ୱରୀଙ୍କ ମହିମା ପ୍ରଚାର ପ୍ରସାର ମହାନ୍ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏହି ଆଧ୍ୟାତ୍ମିକ ସମ୍ମିଳନୀ ଆୟୋଜନ ପାଇଁ ଉପସ୍ଥିତ ସମସ୍ତ ସଭ୍ୟସଭ୍ୟା ପାଣ୍ଠିକୁ ଅର୍ଥଦାନ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Comment

Your email address will not be published. Required fields are marked *

Scroll to Top