ସମଲେଶ୍ବରୀ ମନ୍ଦିର ବିଜେପୁରରେ ମାଆଙ୍କ ନବଦିନାତ୍ମକ ପୂଜା ସମ୍ପନ୍ନ

ସମଲେଶ୍ବରୀ ମନ୍ଦିର ବିଜେପୁରରେ ମାଆଙ୍କ ନବଦିନାତ୍ମକ ପୂଜା ସମ୍ପନ୍ନ

ବିଜେପୁର: : ବରଗଡ ଜିଲ୍ଲା ବିଜେପୁର ମାଁ ସମଲେଶ୍ବରୀ ମନ୍ଦିରରେ ଆଜି ମଙ୍ଗଳବାର ଆଶ୍ୱିନ ଶୁକ୍ଳ ଅଷ୍ଟମୀ ଯୁକ୍ତ ନବମୀ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ମାଁ ଙ୍କର ପୂଜା ବିଧି ତା.୨୧.୦୯.୨୦୨୫ ରୁ ଆରମ୍ଭ ହୋଇ ଦିର୍ଘ ୯ ଦିନ ବ୍ୟାପୀ ନିଷ୍ଠାପର ଭାବେ ସମ୍ପନ୍ନ ହୋଇଯାଇଛି । ଅଦ୍ୟ ତା.୩୦.୦୯.୨୦୨୫ ସନ୍ଧିପୂଜା, ନବମୀ ପୂଜା, ହୋମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ନବକୁମାରୀ ବେଶ ସଂଧ୍ୟା ୬ ଘଟିକାରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଚତୁର୍ଭୁଜ ମେହେର ତାଙ୍କ ସହଧର୍ମିଣୀ ଲଳିତା ମେହେର, ଦ୍ୱିତୀୟ ଦିବସରେ ସପତ୍ନିକ କ୍ଷିରସିନ୍ଧୁ କାଣ୍ଡ, ତୃତୀୟ ଦିବସରେ ନେତ୍ରମଣୀ ମେହେର ଏବଂ ତାଙ୍କ ସହଧର୍ମିଣୀ ମମତା ମେହେର, ଚତୁର୍ଥ ଦିବସରେ ଗୋବିନ୍ଦ ମେହେର ଏବଂ ତାଙ୍କ ସହଧର୍ମିଣୀ ମୋହିନୀ ମେହେର, ପଞ୍ଚମ ଦିବସରେ ଗୈାର ମହାକୁର ଏବଂ ତାଙ୍କ ସହଧର୍ମିଣୀ ଧନମତୀ ମହାକୁର, ଷଷ୍ଠ ଦିବସରେ ଚତୁର୍ଭୁଜ ମେହେର ତାଙ୍କ ସହଧର୍ମିଣୀ ଲଳିତା ମେହେର, ସପ୍ତମ ଦିବସରେ ରବି ଭୋଇ ଏବଂ ତାଙ୍କ ସହଧର୍ମିଣୀ ଦିପାଞ୍ଜଳୀ ଭୋଇ , ଅଷ୍ଟମ ଦିବସରେ ଟିକେଶ୍ୱର ଭୋଇ ତାଙ୍କ ସହଧର୍ମିଣୀ ଦେବକୀ ଭୋଇ, ନବମ ଦିବସରେ ବିଭୁତି ଷାଣ୍ଢ ଏବଂ ତାଙ୍କ ସହଧର୍ମିଣୀ ଅରୁଣା ଷାଣ୍ଢ ଯଥାକ୍ରମେ କର୍ତ୍ତା ଦାୟିତ୍ବ ତୁଲାଇଥିଲେ । ଆଚାର୍ଯ୍ୟ ତଥା ଚଣ୍ଡିପାଠକ ପଣ୍ଡିତ ଅବିନାଶ ମହାପାତ୍ର, ଉପାଚାର୍ଯ୍ୟ ପଣ୍ଡିତ ନେପାଳ ମିଶ୍ରଙ୍କ ବେଦମନ୍ତ୍ର ଉଚ୍ଚାରଣରେ ପ୍ରତ୍ୟହ ଏକ ପବିତ୍ରତା ବାତାବରଣ ଉପନୀତ ଥିଲା । ମନ୍ଦିର ପୂଜକ ତୁଳସୀ ରାମ ଭୋଇ, କାଳିଆ ଦାଶଙ୍କ ଗୁରୁଦାୟିତ୍ବଳେ ପୂଜାକର୍ମ ସୁଚାରୁ ରୂପେ ସମ୍ପାଦିତ ହୋଇଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top