

ଏମ୍.ଶ୍ରୀଗିଡା ହାଇସ୍କୁଲରେ ବନ୍ଧୁ ମିଳନ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମ୍.ଶ୍ରୀଗିଡା ଉଚ୍ଚ ବିଦ୍ୟାଳୟରେ ପୁରାତନ ବନ୍ଧୁମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୦୩ ରୁ ୨୦୦୫ ମଧ୍ୟରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ଉକ୍ତ ନିଆରା ଭେଟଘାଟ ଉତ୍ସବରେ ପ୍ରଧାନ ଶିକ୍ଷକ କ୍ଷିତିପତି ରଣା ଅଧ୍ୟକ୍ଷତା କରିଥିବା ବେଳେ ସରୋଜ ବିଶ୍ବାଳ, ସୁବ୍ରତ ଦାଶ, ସହୀଦ ଦେବତା, କିଶୋର ଚନ୍ଦ୍ର ପଧାନ, କମ୍ବୁପାଣି ପଧାନ, ସରୋଜ ମିଶ୍ର, ଭଗବାନ ସାହୁ ପ୍ରମୁଖ ଶିକ୍ଷକଗଣ ଉପସ୍ଥିତ ଥିଲେ । ସାମାଜିକତା ବିନା ଜୀବନ ମୂଲ୍ୟହୀନ ବୋଲି ଉତ୍ସବରେ ମତପ୍ରକାଶ ପାଇଥିଲା । ଶିକ୍ଷକ ଦିଲ୍ଲୀପ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମମତା, ବବି, ସରସ୍ବତୀ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁରେନ୍ଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କାହ୍ନୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।


