

ସାଧୁପାଲିରେ ବିମଳା ସୁନାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ସାଧୁପାଲି ଗ୍ରାମରେ ମହାନ୍ ପ୍ରାଣା ବିମଳା ସୁନାଙ୍କ ଏକାଦଶାହ କାର୍ଯ୍ୟରେ ପୁଅ କ୍ଷୀର ସିନ୍ଧୁ ସୁନାଙ୍କ ଆବାହକତ୍ୱରେ ବୌଦ୍ଧ ରୀତିନୀତି ଅନୁସାରେ ଉପାସକ ଜଗଦୀଶ ବୌଦ୍ଧଙ୍କ ପରିଚାଳନାରେ ଅଶୃଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଉପାସକ ଗୋଳାପ ବୌଦ୍ଧ, ରାଷ୍ଟ୍ରୀୟ ବୌଦ୍ଧ ମହାସଭା, ଓଡ଼ିଶାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସ୍ମୃତି ସଭାରେ ଲିଙ୍ଗରାଜ, ଶିବ ପ୍ରଧାନ, ସୀତାରାମ ମେହେର, ବଳଦେବ ସୁନା, ନାରାୟଣ ବେଶ୍ରା, ଦୟାନିଧି କୁମ୍ଭାର, ଦାଉଦ କଅଁର, ସତ୍ୟାନନ୍ଦ ପ୍ରଧାନ, ମକରଧ୍ବଜ ବଗାର୍, ସରୋଜ ପାଣିଗ୍ରାହୀ, ଉପେନ୍ଦ୍ର ପଟେଲ ସମେତ ୩୬ ଜଣ ଶୁଭେଚ୍ଛୁ ଦିବଙ୍ଗତ ଆତ୍ମାର ସ୍ମୃତି ଚାରଣ ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ବିମଳା ସୁନା ଏକ ଦଳିତ ପରିବାରର ଶିକ୍ଷା ଦୀକ୍ଷାର ଉନ୍ନତି ପାଇଁ କେତେ ଯେ କଷ୍ଟ କରି ସମାଜରେ ପରିବାରକୁ ପ୍ରତିଷ୍ଠିତ କରିଛନ୍ତି ତାହାର ସୂଚନା ଦେବା ସହ ପରିବାରକୁ ସାନ୍ତ୍ବନା ପ୍ରଦାନ କରିଥିଲେ । ରାତିରେ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଅଲେଖ ମହିମା ଧ୍ବନିରେ କତୃକଟା ଶଙ୍କର ବାବାଙ୍କ କରକମଳରେ ଘୃତାହୂତି ପୂର୍ବକ ଯଜ୍ଞକାର୍ଯ୍ୟ କରାଯାଇଥିଲା । ଏଥିରେ ପରିବାରବର୍ଗ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।



