

ରଙ୍ଗମାଟିଆ ଗ୍ରାମରେ କରମସାନୀ କାର୍ଯ୍ୟକ୍ରମ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ଆଶ୍ବିନ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ କରମସାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଇ ପରିବାରଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରଥ ହରିପାଲ ଓ ସ୍ନେହଲତା ହରିପାଲ ଦାୟିତ୍ବ ତୁଳାଇଥିଲେ । ଜୁଲଟର ଗାୟକ ଗଣେଷ ବାଗଙ୍କ ସାଥିରେ ବାୟକ ସୁରେନ୍ଦ୍ର ବିଭାର ଓ ପାଳିଆ ରାଜାରାମ ବାଗ, ଚନ୍ଦଲିର ବାୟକ ହେମସାଗର କୁମ୍ଭାରଙ୍କ ସାଥିରେ ଗାୟକ ଅରକ୍ଷିତ ବିଶି ଓ ପାଳିଆ କେଦାର ସାହୁ ଓ ଯୋଖିପାଲିର ବାୟକ ଚଞ୍ଚଳ ଦାଶଙ୍କ ସାଥିରେ ଗାୟକ ରସିକ ଦାଶ ଓ ସାଥି ଉପସ୍ଥିତ ରହି ମନୋରମ କରମସାନୀ କଳା ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଓ ଦର୍ଶକଗଣ ସାରା ରାତି ଉତ୍ସାହର ସହିତ କାର୍ଯ୍ୟକ୍ରମକୁ ଊପଭୋଗ କରିଥିଲେ ।







