ରାଜ୍ୟ ସ୍ତରୀୟ କୃତୀତ୍ବ ଅର୍ଜ୍ଜନ କରି ଅଞ୍ଚଳର ଗୌରଭ ବଢାଇଲେ ଅଙ୍କିତ

ରାଜ୍ୟ ସ୍ତରୀୟ କୃତୀତ୍ବ ଅର୍ଜ୍ଜନ କରି ଅଞ୍ଚଳର ଗୌରଭ ବଢାଇଲେ ଅଙ୍କିତ

ବିଜେପୁର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ବିକାଶ ନିମିତ୍ତ ଗଣ ଶିକ୍ଷା ବିଭାଗ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରାଉଥିବା ସୁରଭି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଛାତ୍ରଛାତ୍ରୀମାନଙ୍କୁ ଉପକୃତ କରୁଛି ଓ ଏହାର ଅବଦାନ ଭବିଷ୍ୟତ ପାଇଁ ମଧ୍ୟ ସହାୟକ ହୋଇପାରିବ । ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟର ସ୍ତରୀୟ, ବ୍ଲକ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ସଫଳ ପ୍ରତିଭା ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପାଦ ଥାପି ତାର ନିର୍ଦ୍ଧିଷ୍ଟ ପ୍ରତିଭା ପ୍ରଦର୍ଶନ କରିବାର ସୌଭାଗ୍ୟ ପାଇଥାଏ । ପ୍ରତ୍ୟେକ ସଫଳତା ନିଜ ତଥା ଅଞ୍ଚଳର ଗୌରବ ବଢାଇଥାଏ । ଏହି ପରିପ୍ରେକ୍ଷିରେ ବିଜେପୁରର ଜଣେ କୁନି ପ୍ରତିଭା କ୍ବିଜ୍ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରୁ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିବା କିଛି ସାମାନ୍ୟ ନୁହେ । ବରଗଡ ଜିଲ୍ଲା ବିଜେପୁରର ସେହି ନିର୍ଦ୍ଧିଷ୍ଟ କୁଶଳୀ ଛାତ୍ର ହେଉଛନ୍ତି ଅଙ୍କିତ କୁମାର ପାଇକ । ସ୍ଥାନୀୟ ଏମ୍.ଗଣ୍ଡପାଲି, ବିଜେପୁର ଓଏଭି ର ଏହି କୁଶଳୀ ଛାତ୍ର ତଥା ପିତାମାତାଙ୍କ ସୁଯୋଗ୍ୟ ସନ୍ତାନ ଭାବେ କାର୍ଯ୍ୟକରି ରାଜ୍ୟ ସ୍ତରୀୟ ସୁରଭି ଜୁନିଅର ୨୦୨୫ କ୍ବିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହିତ ସାରା ଓଡିଶାର ପ୍ରତ୍ୟେକ ପ୍ରତିଦ୍ବନ୍ଦିଙ୍କ ଭିତରେ ପ୍ରତିଦ୍ବନ୍ଦିତା ପୂର୍ବକ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଜେପୁର ବ୍ଲକ ଅଞ୍ଚଳ ସହିତ ବରଗଡ଼ ଜିଲ୍ଲାର ନାମକୁ ଉଜ୍ଜ୍ୱଳ କରିଛନ୍ତି। ଭୁବନେଶ୍ୱରର କେପିଟାଲ ହାଇସ୍କୁଲରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନିତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଅଙ୍କିତ ତାହାର ଦକ୍ଷତା, ଦ୍ରୁତ ଚିନ୍ତନ ଓ ଊପଯୁକ୍ତ ପ୍ରଦର୍ଶନ ଦ୍ୱାରା ବିଚାରକ ମଣ୍ଡଳୀଙ୍କୁ ଆକର୍ଷିତ କରି ଏହି ଗୌରବମୟ ସ୍ଥାନ ଅର୍ଜ୍ଜନ କରିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମଣ୍ଡଳୀ ଉତ୍ତରୋତ୍ତର ଉନ୍ନତି ସହିତ ଅଙ୍କିତଙ୍କ ଭବିଷ୍ୟତରେ ଆହୁରି ବଡ଼ ସଫଳତା କାମନା ପୂର୍ବକ ଶୁଭେଚ୍ଛା ଓ ଅଭଋନନ୍ଦନ ଜଣାଇଛନ୍ତି । ବନ୍ଧୁ, ସହୋଦର, ସମ୍ପର୍କୀୟ ତଥା ପରିବାରରେ ମଧ୍ୟ ଆନନ୍ଦର ଲହରି ଖେଳି ଯାଇଛି । କୁନି ଛାତ୍ର ଅଙ୍କିତଙ୍କ ଏହି ସଫଳତା ତାଙ୍କ ଅଧ୍ୟୟନରତ ଓଏଭି ଏମ୍.ଗଣ୍ଡପାଲି, ବିଜେପୁର ର ଗର୍ବ ଓ ଗୌରବର ବିଷୟ ନିଶ୍ଚୟ ଏବଂ ଏହା ଆଗାମୀ ଦିନରେ ବ୍ଲକ ତଥା ବରଗଡ଼ ଜିଲ୍ଲା ସ୍ତରର ଓଏଭି ସମେତ ସମସ୍ତ ବିଦ୍ୟାଳୟକୁ ପ୍ରେରଣାର ଯୋଗାଇବ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top