

ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ସଭା
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତମ ଫଳ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଚେୟାରମେନ୍ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଦଶମ ଶ୍ରେଣୀରେ ୪୦୩ ମାର୍କ ତଥା ୬୭.୧୭% ନମ୍ବର ରଖିଥିବା ବେଳେ ଯୁକ୍ତ ଦୁଇରେ ସର୍ବାଧିକ ୫୨୭ ମାର୍କ ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତୀକ୍ଷା ପଧାନ, ଦଶମ ଶ୍ରେଣୀରେ ୩୧୧ ମାର୍କ ରଖି ଯୁକ୍ତ ଦୁଇରେ ୪୭୫ ମାର୍କ ତଥା ୨୭.୩୩% ନମ୍ବର ପାଇ ସର୍ବାଧିକ ୧୬୪ ମାର୍କ ଅକ୍ତିଆର କରି କଲେଜରେ ଚମତ୍କାର ସୃଷ୍ଟି କରିଥିବା ମନୀଷା ନାୟକ ସମେତ କୃତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ୧୫୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୫ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୩ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ମାର୍କଠାରୁ ଯୁକ୍ତ ଦୁଇରେ ଅଧିକ ମାର୍କ ଅକ୍ତିଆର କରି କୃତି ହୋଇଥିବା ସୂଚନା ସଭା ପରିଚାଳନା ବେଳେ ଉପାଧ୍ୟକ୍ଷ ସଞ୍ଜୟ ବାରିକ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର, ଏକାଡେମିକ ଡାଇରେକ୍ଟର ଗୋବିନ୍ଦ ମେହେର, ଆଡମିନିଷ୍ଟେଟିଭ ଡାଇରେକ୍ଟର୍ ନେତ୍ରମଣି ମେହେର, ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ଲୟକାନ୍ତ କୁମ୍ଭାର, ଆଲୋକ ପୋଢ଼, ଅଧ୍ୟାପିକା ରିତା ପଧାନ, ନୀଲମ ସାହୁ, ଜ୍ୟୋତି ପଧାନ, ଦୀପାଞ୍ଜଳି ମେହେର, ହେଲିଶା ବେହେରା ସମେତ ଅଭିଭାବକ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରତୀକ୍ଷା ପଧାନ, ସ୍ମୃତିରେଖା ସରାଫ, ଝିଲି ସାହୁ, ରୋଜି ମେହେର, ପୂଜା ମେହେର, ମାନିନୀ ମେହେର, ଝିଲି ମେହେର, ରିତିକା ସାହୁ, ନିଲେନ୍ଦ୍ରି ପଧାନ, ନିତୁ ମେହେର, ପ୍ରୀତି ମେହେର, ମନିଷା ନାୟକ ଓ ଛାତ୍ର ଯୁଧିଷ୍ଠିର ବୁଡେକ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସଭାରେ ସମର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଚେୟାରମେନ, ଏଡମିନିଷ୍ଟ୍ରେିଭ ଡାଇରେକ୍ଟର, ଏକାଡେମିକ୍ ଡାଇରେକ୍ଟର, ଉପାଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜଳ ଭବିଷ୍ୟତ କାମନା ପୂ୍ର୍ବକ ଉଦ୍ବୋଧନ ଦେଇଥିଲେ । ଶେଷରେ ସଭାପତିଙ୍କ ଅନୁମତି କ୍ରମେ ଉପାଧ୍ୟକ୍ଷ ଶ୍ରୀ ବାରିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ୨୦୧୬ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ଯୁକ୍ତଦୁଇ କଳା ବିଭାଗରେ କ୍ରମାଗତ ଭାବେ ଛାତ୍ରଛାତ୍ରୀମାନଙ୍କ ଚମତ୍କାର ସଫଳତା ପାଇଁ ଅଭିଭାବକ ତଥା ଅଞ୍ଚଳର ବୃଦ୍ଧିଜିବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।



