

ରେଡିଏନ୍ସ କଲେଜର ବାର୍ଷିକ କ୍ରୀଡ଼ା ସମାରୋହ ଉଦଘାଟନ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିବା ରେଡିଏନ୍ସ କଲେଜର ବାର୍ଷିକ କ୍ରିଡ଼ା ସମାରୋହ ମହାସମାରୋହରେ ପାଳନ ହେଉଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜିତ କୁମାର ମେହେର, ସମ୍ମାନୀତ ଅତିଥି ଭାବରେ ରେଡିଏନ୍ସ କଲେଜର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର, ଏକାଡେମିକ ଡାଇରେକ୍ଟର ଗୋବିନ୍ଦ ମେହେର, ଏଡମିନିଷ୍ଟ୍ରେଟିଭ ଡାଇରେକ୍ଟର ନେତ୍ରମଣୀ ମେହେର, ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ, ଉପଦେଷ୍ଟା ଶ୍ରୀମତୀ ରାଜେଶ୍ରୀ ମେହେର, ମମତା ମେହେର ଯୋଗଦାନ କରି ବାର୍ଷିକ କ୍ରିଡ଼ା ସମାରୋହରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ମଣିଷ ପାଇଁ କ୍ରୀଡାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମେହେର କ୍ରିଡ଼ା ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ନର୍ସରୀ ରୁ ଆରମ୍ଭ କରି +୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ କ୍ରୀଡ଼ାରେ ଭାଗ ନେଇ ତାଙ୍କ ପାରଦର୍ଶିତା ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମ ଦୁଇ ଦିନଧରି ଅନୁଷ୍ଠିତ ହେବ ବୋଲି ଉପାଧ୍ୟକ୍ଷ ଶ୍ରୀ ବାରିକଙ୍କ ଠାରୁ ସୂଚନା ଦେଇଛନ୍ତି ।


ଏହି ସମାରୋହରେ ଅଧ୍ୟାପକ ପ୍ରଫୁଲ୍ଲ ପଧାନ, ଡିଙ୍ଗିର ବାଗ, ସୁରେନ୍ଦ୍ର ସେଠ୍, ଆଲୋକ ପୋଡ଼, ସଂଜୟ ପଧାନ, ଅଧ୍ୟାପିକା ରିତା ପଧାନ, ଆୟୁଷା ପଧାନ, ହେଲିସା ବେହେରା, କୁମୋଦିନି ବାରିକ, ସୁପ୍ରିୟା ମେହେର, ସ୍କୁଲ୍ ଉପାଧ୍ୟକ୍ଷ ଜୟନ୍ତ ସାହୁ, ଶିକ୍ଷକ ପ୍ରମୋଦ ପଧାନ, ମୃଣାଳ ମେହେର, ଆଶିଷ କୁମ୍ଭାର, ଧର୍ମରାଜ ସା, ଲାଲବାବୁ ବରିହା, ଅମିତ ମହାପାତ୍ର, ଶିକ୍ଷୟିତ୍ରୀ ଭାରତୀ ଗଡତିଆ, କରୁଣା ପଣ୍ଡା, ସ୍ବାଗତିକା ପଣ୍ଡା, ବର୍ଷା ସାହୁ, ମମତା ବାରିକଙ୍କ ସମେତ ଉପେନ୍ଦ୍ର ବେହେରା, କିଶୋର ମହାଣା, ସନ୍ତୋଷ ବାରିକ, ରୋହିତ ଭୋଇ, ବରୁଣ ମେହେର ସମସ୍ତ କର୍ମଚାରୀଙ୍କ ସହିତ ଖେଳ ଶିକ୍ଷକ ସୁବ୍ରତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖେଳ ପରିଚାଳିତା ହେଉଛି । ଉପନୀତ ସଭା ଶେଷରେ ଉପାଧ୍ୟକ୍ଷ ଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଗାୟତ୍ରୀ ପଟେଲ ଶପଥ ପାଠ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପଧାନଙ୍କ ତତ୍ବାବଧାନରେ ଛାତ୍ର ପିୟୁଷ ବାରିକ, ଅମନ ମେହେର, ଚନ୍ଦନ ବାରିକ, ଅଭିଳାଷ ଦାସ, ଆଶିଷ ମେହେର, କିଶାନ ଗଡତିଆ ଓ ଛାତ୍ରୀ ଗାୟତ୍ରୀ ପଟେଲ, ରାନୀ ସାହୁ, ନମିତା ନାୟକ, ହାସ୍ୟମୟୀ ସାହୁ, କବିତା ପଧାନ, ବାବଲି ସାହୁ, ରକ୍ତିମା ସାହୁ, ଇତିଶ୍ରୀ ଭୋଇଙ୍କ ସହ ଅନେକ ସ୍ବୟଂ ସେବକ ମାନେ କ୍ରୀଡା ପ୍ରତିଯୋଗିତାଳେ ଅତି ସୂଚାରୁ ରୂପେ କାର୍ଯ୍ୟ ତୁଳାଉଛନ୍ତି । ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ଓ ଶୃଙ୍ଖଳାର ସହିତ ଖେଳ ପ୍ରଦର୍ଶନ କରି ଚାଲିଛନ୍ତି ।





