

ସମସ୍ତେ ଉପସ୍ଥିତ ରହିବାକୁ ଅନୁରୋଧ କଲେ ଗ୍ରାମର ଗୌନ୍ତିଆ ସର୍ଜନ ଡନସନା
ବରଗଡ/ବିଜେପୁର : ମନ୍ଦିରଟିଏ ତିଆରି ହେଲେ ବିଗ୍ରହ ପ୍ରବେଶ ପୂର୍ବରୁ ତାର ପ୍ରତିଷ୍ଠା କରାଯାଉଥିବାର ବିଧିକୁ ଲୋକେ ଅନେକ ବର୍ଷରୁ ପାଳନ କରିଆସୁଛନ୍ତି । ସେହିପରି ଅନେକ ଦିନରୁ ନିର୍ମିତ ତଥା ପ୍ରତିଷ୍ଠା ପିଇଁ ପ୍ରତିକ୍ଷିତ ବରଗଡ ଜିଲ୍ଲା ବିଜେପୁର ବ୍ଲକର ସାଇପାଲି ଗ୍ରାପ ଅନ୍ତର୍ଗତ ପୁଟୁକା ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ଗ୍ରାମବାସୀଙ୍କ ତରଫରୁ ପ୍ରସ୍ତୁତି ଜୋରଦାର୍ ରେ ଚାଳିଛି । ମୀନା ବଜାର ଓ ରେହେଟି ସହିତ କଂସ ଦରବାର ହେଉଛି ଚଳିତ ମାର୍ଚ୍ଚ ୧୮ ରୁ ୨୨ ପର୍ଯ୍ୟନ୍ତ ହେବାକୁ ଥିବା ପଞ୍ଚ ଦିନାତ୍ମକ ଉକ୍ତ ମହୋତ୍ସବର ମୁଖ୍ୟ ଆକର୍ଷଣ । ପ୍ରଥମ ଓ ଦ୍ବିତୀୟ ଦିନ ନାମଯଜ୍ଞ ହେବ । ତା’ ସହିତ ଲୋକଙ୍କ ମନୋରଞ୍ଜନ ପାଇଁ ପାରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ, କଂସ ଦରବାର୍, ଦଣ୍ଡନୃତ୍ୟ, ଭଗବାନ ପାର୍ଟି ନାଟକ ଆଦି ହେବାର ସ୍ଥିରିକୃତ ହୋଇସାରିଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ୧୮ ଜୋଡି ଦମ୍ପତିଙ୍କୁ କର୍ତ୍ତା ଦାୟୀତ୍ବ ଦିଆଯାଇଥିବା ବେଳେ ଗ୍ରାମରେ ପ୍ରତାପ କିଶୋର ସିଂହ ଓ ତାଙ୍କ ସହଧର୍ମିଣୀ ଶୈବାଳିନୀ ସିଂ ମୁଖ୍ୟ କର୍ତ୍ତା ଭାବେ ଦାୟିତ୍ବ ତୁଳାଇବେ । ଗ୍ରାମର ଗୌନ୍ତିଆ ସର୍ଜନ ଡନସନାଙ୍କ ତତ୍ତ୍ବାବଧାନ ଓ ବିଜୟ ଡନସନା ଆଦି ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗରେ ହେବାକୁ ଥିବା ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ସମସ୍ତ ଜନସାଧାରଣ ଉପସ୍ଥିତ ରହି ଉକ୍ତ ଉତ୍ସବକୁ ସଫଳ କରିବେ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି ।



