

ସମ୍ବର୍ଦ୍ଧିତ ହେଲେ ବୁଡାପାଲି ପ୍ରଧାନ ଶିକ୍ଷକ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାରିଂ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ବିନୋଦ କୁମାର ତନ୍ତୀଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଧାନ, ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ବିଶି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ଶିଶୁ ପ୍ରତିଭା ମହୋତ୍ସବ ସୁରଭି -୨୦୨୫କୁ ସୂଚାରୁ ରୂପେ ସଂପାଦନ କରିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡାପାଲିକୁ ସୁରଭି ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ଣ୍ଣିମା ସା ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ଗୀତାଞ୍ଜଳି ସାହୁ ଜିଲ୍ଲା ଭିତ୍ତିକ ଶୈକ୍ଷିକ ଯୋଜନା, ଟିକେଶ୍ବରୀ ସେଠ ସିଆରସିସିଙ୍କ ସ୍ପଟ ଏସେସମେଣ୍ଟ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ବୈଠକରେ ଦଶ ଗୋଟି ସ୍କୁଲର ପ୍ରଧାନଶିକ୍ଷକ ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଗଣ ସାମିଲ ହୋଇଥିଲେ । କୃଷ୍ଣଚନ୍ଦ୍ର ସାହୁ, କେଶବ ସେଠ, ସନ୍ତୋଷିନୀ ମହାକୁର, ବୃନ୍ଦାବତୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।


