ପୂର୍ଣ୍ଣାରେ ଖଗେଶ୍ବର ଜୟନ୍ତୀ ପାଇଁ ପ୍ରସ୍ତୁତି

ପୂର୍ଣ୍ଣାରେ ଖଗେଶ୍ବର ଜୟନ୍ତୀ ପାଇଁ ପ୍ରସ୍ତୁତି

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠଙ୍କ ୧୧୯ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ବିଜେପୁର ବ୍ଲକ ଜାରିଂ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ ଆଗାମୀ ମଇ ୧ ତାରିଖ ଉକ୍ତ ଜୟନ୍ତୀ ସମାରୋହ ପାଳନ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏହି ଅବସରରେ ପୂର୍ଣ୍ଣା ଗ୍ରାମର ସାମାଜିକକର୍ମୀ ପଙ୍କଜିନୀ ଦନ୍ତାଙ୍କ ଆବାହକତ୍ବ ତଥା ପରିଷଦର ସଭାପତି ମୋହନ ସିଂ କହ୍ନେଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପ-ସଭାପତି ହୃଦମଣି ସାହୁ, କବି ରାମ ପ୍ରସାଦ ବାଗ, ଡ.ଚିନ୍ମୟ ସାହୁ, ତୁଳସୀ ରାମ ମେହେର, ମକରଧ୍ବଜ ମେହେର, ଜଗତଜ୍ଜୀବନ ରାମ ଡନସନା, କୋଷାଧ୍ୟକ୍ଷ ଦେବାଶିଷ ମେହେର, ଦିଲେଶ ମେହେର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ଜୟନ୍ତୀ ସମାରୋହର ପ୍ରଥମ ଅଧିବେଶନରେ ପ୍ରାଧ୍ୟାପକ ଡ ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ, ବରିଷ୍ଠ ନାଗରିକ ରୋହିତ ପଧାନ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି, ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବାର ସୂଚନା ରହିଛି । ପରେ ସମ୍ବଲପୁରୀ କବିତା ଆସର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ସମ୍ପାଦକ ରାଜେଶ୍ବର ବେହେରା ଜଣାଇଛନ୍ତି । ସହ-ସମ୍ପାଦକ ମକରଧ୍ବଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top