Binjhal Samaj Meeting-Padampur: ସ୍ଵଲାଖ ବିଞ୍ଝାଲ ସମାଜ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ପଦ୍ମପୁର: ପଦ୍ମପୁର ସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ସ୍ଵଳାଖ ବିଞ୍ଝାଲ ସମାଜ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ ମା ବିନ୍ଧ୍ୟବାସିନି ଦେବୀ ଙ୍କ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଗୋବିନ୍ଦ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସାମାଜ ର ସଂକୃତି, ପରମ୍ପରା,ଶିକ୍ଷା, ଅର୍ଥନୈତିକ କ୍ଷେତ୍ର ରେ କେମିତି ସୁଦୃଢ଼ ହେବ ସେହି ବିଷୟରେ ଆଲୋଚନା ହୋଇଥିଲା । ପଦ୍ମପୁର ରେ ଏକ୍ ଭବ୍ୟ ବିଞ୍ଝାଲ ସମାଜ ସାଂସ୍କୃତିକ ଭବନ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ଗୃହିତ ହେବା ସହ ପ୍ରତ୍ୟେକ ବର୍ଷ ଭଳି ଆସନ୍ତା ଡିସେମ୍ବର୍ 31 ତାରିଖ ସହିଦ ବୀର୍ ମାଧୋସିଂ ଙ୍କ ବିରତା ଦିବସ ପାଳନ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି । ସୂଚାରୁ ରୂପେ ସବୁ କାର୍ଯ୍ୟ ତୁଲେଇବା ପାଇଁ 30 ଜଣିଆ କମିଟି ଗଠନ କରାଯାଇଛି l ଉକ୍ତ ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ଗୋବର୍ଦ୍ଧନ ଭୋଏ, ଲାଟ ସଭାପତି, ପୂର୍ବତନ ଲାଟ ସଭାପତି ନାରଦ ବରିହା,ପୂର୍ବତନ ସମ୍ପାଦକ ଦ୍ରୋଣ କନ୍ଦା, ବୋର୍ଡ ସଭ୍ଯ ସତ୍ୟ କୁମାର ବରିହା, ବୋର୍ଡ ସଭ୍ଯ ଅଶ୍ୱିନୀ ବରିହା, ଅସ୍ଥାୟୀ ଜିଲ୍ଲା ସଭାପତି ମୋତିଲାଲ ବରିହା, ଜିଲ୍ଲା ପରିଷଦ ସଭ୍ଯ ସୁରେନ୍ଦ୍ର ବରିହା, ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ପ୍ରତ୍ୟେକ ବ୍ଲକ ସଭାପତି ମଧ୍ୟ ଉପସ୍ଥିତ ଥିଲେ | ଶେଷରେ ବିଜେପୁର୍ ବ୍ଲକ ସଭାପତି ଧର୍ମରାଜ ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ |]

Leave a Comment

Your email address will not be published. Required fields are marked *

Scroll to Top