ପ୍ରାକ୍ତନ ଶିକ୍ଷକ ଅଧିକାରୀ ଷଡଙ୍ଗୀଙ୍କ ପରଲୋକ

ପ୍ରାକ୍ତନ ଶିକ୍ଷକ ଅଧିକାରୀ ଷଡଙ୍ଗୀଙ୍କ ପରଲୋକ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଜମିଦାର ପଡାର ଧର୍ମପରାୟଣ ପୁରୁଷ ତଥା ପ୍ରାକ୍ତନ ଶିକ୍ଷକ ଅଧିକାରୀ ଷଡଙ୍ଗୀଙ୍କ ୯୧ ବର୍ଷ ବୟସରେ ମଙ୍ଗଳବାର ପରଲୋକ ଘଟିଛି । ସେ ଅଞ୍ଚଳର ଜଣେ ସୁପରିଚିତ ବ୍ୟକ୍ତି ଓ ବିଜେପୁର ମହାବିଦ୍ୟାଳୟର ପରିଚାଳନାରେ ଭୂମିକା ସହିତ ସେ ପରିଚାଳନା କମିଟୀର ବିଭିନ୍ନ ପଦରେ ରହି ଦାୟିତ୍ବ ତୁଳାଇଥିଲେ । ଏ ଖବର ପାଇ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ, ମହାବିଦ୍ୟାଳୟର କର୍ମଚାରୀ ତଥା ବନ୍ଧୁ ପରିଜନ ଆସି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜୈଷ୍ଠ ପୁତ୍ର ଜୟକୃଷ୍ଣ ଷଡଙ୍ଗୀ ମୁଖାଗ୍ନି ଦେଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top