

ପିପିଲିପାଲିରେ ଦ୍ବିତୀୟ ମାସିକ ବୈଠକ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୧୨ ଗୋଟି କ୍ଲଷ୍ଟରରେ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାରିଂ କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ, ପିପିଲିପାଲିରେ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍କୁଲ ଚେୟାରମେନ ଭୁବନ ଦୀପଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ ହୋଇଥିଲା ।ମାନପୁର ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପୁରୀ, ବରିଷ୍ଠ ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦାଶ, ଜାରିଂ ନୋଡାଲ ସ୍କୁଲର ପ୍ରଧାନଶିକ୍ଷକ ଭାଦ୍ରବ ପାଣ୍ଡେ ପ୍ରମୁଖ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିପୁଣ ଓଡ଼ିଶାକୁ ସଫଳ କରିବାକୁ ଉତ୍ସାହିତ କରିଥିଲେ ।ପରେ ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର ଉପରେ ଶିକ୍ଷକ ଅଭିଷେକ ଦାଶ ଆଲୋଚନା କରିଥିଲେ । ଶିକ୍ଷକ ଜୟନ୍ତ ବିଶି ଓ ଶିକ୍ଷକ ଟିଟୋରାମ ଲୁହା ଯଥାକ୍ରମେ ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟା ଜ୍ଞାନ ସମ୍ପର୍କିତ ପାଠ ଯୋଜନା ବିଷୟରେ ଆଲୋଚନା କରିଥିଲେ । ପରେ ଶିକ୍ଷକ ଶିକ୍ଷୟିତ୍ରୀଗଣ ଦଳଗତ ଭାବେ ପାଠ ଯୋଜନା ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟ ପରିଦର୍ଶନ ସହ, ସ୍ଥାନୀୟମାନ, ସାମଗ୍ରିକ ପ୍ରଗତି ପତ୍ର ବିଷୟରେ ଆଲୋଚନା ହୋଇଥିଲା । ପ୍ରଧାନ ଶିକ୍ଷକ ରୋହିତ ସାହୁ, ଶିକ୍ଷୟିତ୍ରୀ ରୀମା ଖମାରୀ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ କ୍ଲଷ୍ଟରର ୧୦ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ । ସିଆରସିସି ସୀତାରାମ ଦୀପଙ୍କ ଆବାହକତ୍ବ ତଥା ପ୍ରଧାନ ଶିକ୍ଷକ ଗୌତମ କନ୍ଧେରଙ୍କ ଅଧ୍ୟକ୍ଷତାରେ ବାନ୍ଦୁପାଲି କ୍ଲଷ୍ଟରର ବି.ନୂଆଁପାଲିରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା ଉକ୍ତ କେନ୍ଦ୍ର ପରିଦର୍ଶନ କରିଥିଲେ ।



