

ଫୁଲାପାଲିରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ବରପାଲି/ବରଗଡ : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଫୁଲାପାଲି ଶ୍ରୀ ରାଧାକୃଷ୍ଣ ନାମଯଜ୍ଞ ମଣ୍ଡଳୀ ଠାରେ ତୃତୀୟ ଶ୍ର୍ରୀ ଶ୍ରୀ ବିଶ୍ବଶାନ୍ତି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଫେବୃୟାରୀ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ଉକ୍ତ ନାମଯଜ୍ଞରେ ଗୋପିନାଥ ସୁନା ଓ ସୀତା ସୁନା ଦମ୍ପତ୍ତି କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ । ଗୁରୁଶ୍ରୀ ଉର୍କୁଲୁ ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟର୍କମରେ ସେ ନିଜେ ବେଦମନ୍ତ୍ରାଦି ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ଶିଷ୍ୟ ଅଭି ନାଗ ଅନ୍ତିମ ଦିନ ତାଙ୍କୁ ସହଯୋଗ କରିଥିଲେ ।


ମାନ୍ୟବର ବିଧାୟକଙ୍କ ପ୍ରତିନିଧି ସଂଗ୍ରାମ ନାମଯଜ୍ଞ ସ୍ଥଳକୁ ପହଞ୍ଚି ପ୍ରଭୂଙ୍କ ଠାରୁ ଅଶାର୍ବାଦ ନେଇଥିଲେ । କାର୍ଯ୍ୟକ୍ରମରେ ବାଉଁଶପୋଲା, ବଗେଇବାରା, ଆମ୍ବପଡା (ତୋରା), ଫୁଲାପାଲି ଗ୍ରାମର ମେହେର ପଡା ଓ ସହରା ପଡାର ମହିଳା ସଂକୀର୍ତ୍ତନ୍ୟ ଦଳ ରାମକୃଷ୍ଣ ନାମ ଗାଇବା ସହିତ ଗିନି, ମୃଦଙ୍କ ବଜାଇ କଳା ପରିବେଷଣ ମାଧ୍ୟମରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ବଗେଇବିରା ଓ ଆମ୍ବପଡା (ତୋରା) ଗ୍ରାମର ମହିଳା ସଂକୀର୍ତ୍ତନ୍ୟ ଦଳ ବୈଠକି ସଂକିର୍ତ୍ତନ୍ୟ ପରିବେଷଣ କରିଥିଲେ । ଗ୍ରାମ ତଥା ଆଖପାଖ ଗ୍ରାମର ବହୁ ଦର୍ଶକ ଏହାର ମଜା ନେଇଥିଲେ ।





