ଫୁଲାପାଲି ଅଷ୍ଟ ପ୍ରହରୀ ନାମଯଜ୍ଞ ସମାପିତ

ଫୁଲାପାଲି ଅଷ୍ଟ ପ୍ରହରୀ ନାମଯଜ୍ଞ ସମାପିତ

ବରଗଡ/ବରପାଲି : ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଫୁଲାପାଲି ଅଷ୍ଟ ପ୍ରହରୀ ନାମଯଜ୍ଞ ସଭାପିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ସୁରେନ୍ଦ୍ର ମହାନନ୍ଦ ଓ ତାଙ୍କ ସହଧର୍ମିଣୀ ବବିତା ମହାନନ୍ଦ ଦାୟିତ୍ବ ତୁଲାଇଥିଲେ । ଗୀରୁଶ୍ରୀ ଉର୍କୁଲୁ ସୁନା ଏହି ନାମଯଜ୍ଞର ସମସ୍ତ ବିଧି ପୂଜାର୍ଚ୍ଚନା ଓ ବେଦମନ୍ତ୍ର ପାଠ କରିଥିବା ବେଳେ ତାଙ୍କର ଶିଷ୍ୟ ଶିବା କଲେତ ଏଥିରେ ସହଯୋଗ କରିଥିଲେ । ପ୍ରଥମ ଦିନ ଗ୍ରାମର ତ୍ରୀଶୁଳ ବନ୍ଧ ପୋଖରୀରୁ ମାଆ ଭଉଣୀମାନେ ନାମଯଜ୍ଞ ସ୍ଥୁଳକୁ ପୂର୍ଣ୍ଣଜଳ କଳସ ଆଣିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା ଓ ପୁରୋହିତ ଗୁରୁଶ୍ରୀ ସୁନା ମହାମନ୍ତ୍ର ନାମ ଜପ ଆରମ୍ଭ ପୂର୍ବକ ଉପସ୍ଥିତ ଭକ୍ତମାନଙ୍କୁ ଏହାର ଗାୟନ କରାଇଥିଲେ ।

ସନ୍ଧ୍ୟା ପରେ ରଙ୍ଗାଟିକ୍ରା, ଫୁଲାପାଲି, ବାଞ୍ଜିପାଲି ଆଦି ଆଖପାଖ ଗ୍ରାମର ସଂକୀର୍ତ୍ତନ ଦଳ ଆସି ସହଯୋଗ କରିଥିଲେ । ଶେଷ ଦିନ ଅପରାହ୍ନ ପ୍ରାୟ ୪ଟା ସମୟରେ ଉକ୍ତ ନାମଯଜ୍ଞ ଉତ୍ସବର ପୂର୍ଣ୍ଣାହୂତି ହୋଇଥିଲା । ଫୁଲାପାଲି ଗ୍ରାମର ରାଧାକୃଷ୍ଣ ମହିଳା ସଂକୀର୍ତ୍ତନ ଦଳ କଳସ ଯାତ୍ରାରୁ ଆରମ୍ଭ କରି ନାମାରମ୍ଭ ତଥା ପୂର୍ଣ୍ଣାହୂତି ସମୟରେ ଉପସ୍ଥିତ ରହି ଆବଶ୍ୟକ ଅନୁସାରେ କଳା ପ୍ରଦର୍ଶନ ପୂର୍ବକ ସହଯୋଗ କରିଥିଲେ । ପୂର୍ଣ୍ଣାହୂତି ପରେ ଗୀତ ଗାଇ ଗାଇ ଦହି କଳସ ଭଗ୍ନ କରାଯାଇଥିଲା ।

ଭକ୍ତିମୟ ପରିବେଶରେ ଆଠଗୋଟି ପ୍ରହର ବିତିଥିବା ବେଳେ ମଝିରେ ମଝିରେ ଶଙ୍ଖ, ଘଣ୍ଟ, ହୁଳହୁଳି ନାଦ ଏହାକୁ ଦ୍ବି-ଗୁଣିତ କରୁଥିଲା । ଗ୍ରାମ ତଥା ଆଖପାଖ ଗ୍ରାମର କୀର୍ତ୍ତନ୍ୟ ପିପାଶୁ ଭକ୍ତ ତଥା ଦର୍ଶକଗଣ ଆସି ମନଭରି ଉପଭୋଗ କରିଥିଲେ । ପୂର୍ଣ୍ଣାହୂତି ଦିନ ବେଳା ଅନ୍ତର୍ଡା ରୀତୁ ସୁନା ଓ ଡୁଙ୍ଗୁରିପାଲି ଦୀପା ନାଗ ମହିଳା ସଂକୀର୍ତ୍ତନ ଦଳ ଆସି କୀର୍ତ୍ତନ୍ୟ ମଣ୍ଡଳୀରେ କଳା ପ୍ରଦର୍ଶନ କରିଥିବା ବେଳେ ସନ୍ଧ୍ୟା ସମୟରୁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଏହି ଦୁଇ ଦଳର ବୈଠକି କାର୍ଯ୍ୟକ୍ରମ ରହିଥିଲା ।

Leave a Comment

Your email address will not be published. Required fields are marked *

Scroll to Top