ଟି.ଗଣ୍ଡପାଲିରେ ପାର୍ବତୀ ଗିରିଙ୍କ ଜୟନ୍ତୀ ସମାରୋହ

ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମହତ କରେ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ବଡମା ପାର୍ବତୀ ଗିରିଙ୍କ ୯୯ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ସ୍ଥାନୀୟ ତହସିଲଦାର କର୍ଣ୍ଣ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର ଯୋଗଦେଇ ବଡମାଙ୍କ ନିଃସ୍ବାର୍ଥପର ତ୍ୟାଗ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତପୋଷଣ କରିଥିଲେ । ନିଃସ୍ବାର୍ଥପର ସେବା ହିଁ ମଣିଷକୁ ମହତ କରେ । ପାର୍ବତୀ ଗିରି ନିଜର ସର୍ବସ୍ବ ଅନାଥ, ନିଃସହାୟ ପିଲାଙ୍କ ଭବିଷ୍ୟତ ପାଇଁ ସମର୍ପିତ କରିବା ସହିତ କ୍ଷମତା ଲୋଭକୁ ପଦାଘାତ ପୂର୍ବକ ରାଜ୍ୟସଭା ସଦସ୍ୟ ପଦକୁ ବିନମ୍ରତାର ସହିଦ ଅଗ୍ରାହ୍ୟ କରିଥିଲେ । ବିଜେପୁର କଲେଜର ଅଧ୍ୟାପକ ଡ. ଚିନ୍ମୟ ସାହୁ ମୁଖ୍ୟବକ୍ତା ଭାବେ.ଯୋଗଦେଇ ଏହା କହିଥିଲେ । ହାଇସ୍କୁଲର ଏସ୍.ଏମ୍.ସୀ ଚେୟାରପର୍ସନ ରୋହିତ କୁମାର ସାହୁ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପାର୍ବତୀ ଗିରିଙ୍କ ତ୍ୟାଗଭରା ଜୀବନ ଦର୍ଶକୁ ପାଳନ କରିବାକୁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । କଣ୍ଠଶିଳ୍ପୀ ସୁଷମା ଭୋଇ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ସଂପାଦକ ରାଜେଶ୍ବର ବେହେରା ଉଦ୍ଦେଶ୍ୟ ଜ୍ଞାପନ, ଉପ-ସଭାପତି ହୃଦମଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ-ସମ୍ପାଦକ ତଥା ଗୀତିକାର ମକରଧ୍ବଜ ସାହୁ ସମାରୋହକୁ ସଂଯୋଜନା କରିଥିବା ବେଳେ କବି ସାବିତ୍ରୀ ମେହେର, ମକରଧ୍ବଜ ମେହେର, ଦିଲେଶ ମେହେର, ଶେଷଦେବ ମେହେର, ପୀତବାସ ମେହେରଙ୍କ ସମେତ କେତେକ କବି କବିତା ମାଧ୍ୟମରେ ବଡମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଛାତ୍ରୀ ରୋଜାଲିନ ଦୀପ ସମାରୋହ ସଂଗୀତ ପରିବେଷଣ କରିଥିଲେ । କବି ମକରଧ୍ବଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘର ସଭାପତି ବିକ୍ରମ ସେଠ, ସନାତନ ସାହୁ, ହାଇସ୍କୁଲର ଶିକ୍ଷକ ଆର୍ତ୍ତତ୍ରାଣ ବେହେରା, ସୁଧିର ଭୋଇ, ସଦାନନ୍ଦ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top