ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ମେଗା ରକ୍ତଦାନ ଶିବିର

ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ମେଗା ରକ୍ତଦାନ ଶିବିର

ବରଗଡ଼/ବିଜେପୁର : ସଂଗ୍ରାମୀ ପୀଠ ସମଲେଇପଦର ଗ୍ରାମରେ ଜନ୍ମିତ ଓଡ଼ିଶା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହସ, ତ୍ୟାଗ ଓ ସେବାର ପ୍ରତୀକ “ବହ୍ନି କନ୍ୟା” ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବରଗଡ଼ ଜିଲ୍ଲା ବିଜେପୁର ସ୍ଥାନୀୟ ଏସ୍‌.ଏଚ୍‌.ଜି ଭବନ ଠାରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ, ବିଜେପୁର ବ୍ଲକ ତରଫରୁ ଆୟୋଜନ ଉକ୍ତ ଶିବିରରେ ଓଡ଼ିଶା ରକ୍ତ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼ର ରକ୍ତ ଭଣ୍ଡାରରେ କାର୍ଯ୍ୟରତ କର୍ମଚାରୀଗଣ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା ଫିତା କଟି ଉଦଘାଟନ କରିଥିଲେ ।

ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ ହୋଇଥିବା ଉକ୍ତ ଶିବିରରେ ରକ୍ତଦାନ ହେଉଛି ସର୍ବୋତ୍ତମ ମାନବ ସେବା ବୋଲି ବିଧାୟକ ଶ୍ରୀଯୁକ୍ତ ଗଡତିୟା ରକ୍ତଦାତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅନ୍ୟାନ୍ୟ ଅତିଥିଗଣ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜୀବନୀ ଓ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାରରୁ ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିବା ବେଳେ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗରୁ ସହଯୋଗ କରିଥିଲେ । ଏହିପରି ସାମାଜିକ ଓ ମାନବିକ କାର୍ଯ୍ୟକ୍ରମ ଆୟୋଜନ ହେବା ପାର୍ବତୀ ଗିରିଙ୍କ ଆଦର୍ଶ ପ୍ରତି ସମ୍ମାନ ବୋଲି ମତ ପ୍ରକାଶ ପାଇଥିଲା । ଶିବିରରେ ସର୍ବମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହୀତ ହୋଇଥିବା ବେଳ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top