ପହଣ୍ଡି ଗ୍ରାମରେ ୪୬ତମ ଗୀତାଜ୍ଞାନ ଯଜ୍ଞ ସମାପିତ
ବିଜେପୁର/ବରଗଡ : ପବିତ୍ର କୁମ୍ଭ ସଂକ୍ରାନ୍ତି ଅବସରରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ପହଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗୀତାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଲୋପାମୁଦ୍ରା ସାହୁ କର୍ତ୍ତା ଭାବେ ଦାୟିତ୍ବ ତୁଳାଇଥିବା ବେଳେ ପଣ୍ଡିତ ନରେନ୍ଦ୍ର କୁମାର ଦାଶ ଏବଂ ପଣ୍ଡିତ ନରେନ୍ଦ୍ର ପଣ୍ଡା ପୁରୋହିତ କାର୍ଯ୍ୟ କରିଥିଲେ । ଯୋଖିପାଲି ମଠାଧୀଶ ଶ୍ରୀ ଶ୍ରୀ ସୁରେଶ୍ବରାନନ୍ଦ ବାଳହଂସ ଜୀ ମହାରାଜଙ୍କ ମାର୍ଗଦର୍ଶନରେ ଗୀତାଶ୍ଳୋକ ଆବୃତ୍ତି ସହିତ ଯଜ୍ଞରେ ଘୃତାହୂତି ପ୍ରଦାନ କରାଯାଇଥିଲା । ଉପଦେଷ୍ଟା ଶ୍ରୀଯୁକ୍ତ ପବିତ୍ର ଚରଣ ଦାଶଙ୍କ ସହିତ ଅନନ୍ତ କୁମାର ସାହୁ, ରାଧେଶ୍ୟାମ ସାହୁ, ପ୍ରମୋଦ କୁମାର ସାହୁ, ଡୋଳାମଣି ସାହୁ, ଜନ୍ମ ସାହୁ, ଦୁର୍ବାଦଳ ପଟେଲ,ପ୍ରଶାନ୍ତ ପଧାନ ଆଦି କମିଟୀ ସଭ୍ୟଗଣ ସହଯୋଗ କରିଥିଲେ । ଉକ୍ତ ଯଜ୍ଞରେ ଗ୍ରାମ ତଥା ଆଖପାଖ ଗ୍ରାମର ଧର୍ମପିପାଷୁ ଉଭୟ ପରୁଷ ଓ ମହିଳା ସାମିଲ ଥିଲେ ।





