Paddy Token Odisha : ଚାଷୀ ଙ୍କ ମୁଣ୍ଡରେ ଚଡକ ଦେଉଛି ଧାନ ଟୋକନ

ବରଗଡ଼/ଝାରବନ୍ଧ : ଗତ ୧୪ ତାରିଖରୁ ଧାନ ମଣ୍ଡି ରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି । ଯେଉଁ ଚାଷୀମାନେ ରବି ଋତୁରେ ଧାନ ଚାଷ କରିଛନ୍ତି ସେମାନେ ମଣ୍ଡି ରେ ଧାନ ବିକ୍ରୟ କରିବା ପାଇଁ ଧାନ କାର୍ଡ ତିଆରି ପାଇଁ ଆବେଦନ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରୟ ପାଇଁ ଟୋକନ ଆସି ନ ଥିବାରୁ ଚିନ୍ତା ରେ ପଡିଛନ୍ତି ଚାଷୀ । ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ର ଚାଷୀ ନବୀନ କୁମାର ସାହୁ ପ୍ରାୟ ୨.୫ ଏକର ଜମିରେ ଧାନ ଚାଷ କରିଥିଲେ ଏବଂ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଧାନ କାର୍ଡ ପାଇଁ ରିନୂଆଲ ମାଧ୍ୟମରେ ଆବେଦନ କରିଥିଲେ । ହେଲେ ଆଜି ସୁଦ୍ଧା ଧାନ ଟୋକନ ଆସି ନ ଥିବାରୁ ଚିନ୍ତାରେ ପଡିଛନ୍ତି । ପ୍ରାୟ ୧୫୦ ବସ୍ତା ଧାନ ଏବେ ଘରେ ପଡିରହିବା ଏବଂ ଧାର କରଜ ସୁଝି ପାରିବା ଆହୁରି ଚିନ୍ତାରେ ପକାଇଛି । ଏପଟେ ଯେଉଁମାନେ ମୋଟେ ଚାଷ କରିନାହାଁନ୍ତି ସେମାନଙ୍କ ନାମ ରେ ଟୋକନ ଆସିଥିବା ଘଟଣା ସାମାଜିକ ଗଣମାଧ୍ୟମ ରେ ବେଶ ଚର୍ଚ୍ଚା ହେଉଅଛି ।3100 ଟଙ୍କା ରେ ଧାନ ବିକ୍ରୟ କରିବା ପାଇଁ ଏମିତି କରୁଥିବା ଯାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ସୂଚନାଯୋଗ୍ୟ ଯେ ଡଭା ପ୍ୟାକ୍ସ ଅନ୍ତର୍ଗତ ଜାମପାଲି ଗ୍ରାମ ର ଗିରିଧାରୀ ସାହୁ, ଅଭିଲାଲ ସାହୁ, ବାଲସି ଝାଳର ଙ୍କ ମଧ୍ୟ ଟୋକନ ଆସିନାହିଁ ।ଗତ ବର୍ଷ ଏହି ଜମି ରେ ଧାନ କାର୍ଡ ଆସିଥିଲା ଏବଂ ଏ ବର୍ଷ ସେହି ଜମିରେ ଚାଷ କରିଥିବା ସତ୍ତ୍ୱେ ଟୋକନ ଆସିନାହିଁ। ଏପଟେ ଖୋଦ ରାଜସ୍ବ ନିରୀକ୍ଷକ ଏବଂ ତହସିଲଦାର ଜମି ରେ ଚାଷ ହୋଇଥିବା ଦର୍ଶାଇଛନ୍ତି । କିନ୍ତୁ ଟୋକନ କାହିଁକି ଆସିନାହିଁ,ଏବେ ଚିନ୍ତା ରେ ଚାଷୀ । ଏ ବିଷୟରେ ବରଗଡ ଜିଲ୍ଳାପାଳ ଙ୍କୁ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି ନବୀନ କୁମାର ସାହୁ l ଏହାର ସମାଧାନ କରିବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି

#paddy #token #odisha

Leave a Comment

Your email address will not be published. Required fields are marked *

Scroll to Top