ପଦ୍ମପୁର: ଟାଉନ ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀସେନ୍ ସାହୁ ସଭାପତିତ୍ବ କରିଥିବା ବେଳେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ସାଧନ କର୍ମୀ ଚୂଳସୁନ୍ଦର ମେହେର୍ ଉକ୍ତି ହର୍ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ । ବ୍ଲକ୍ ର ୨୯ ଗୋଟି ବିଦ୍ୟାଳୟରୁ ୧୦୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧୂକାରୀ ଯୋଗଦାନ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗାପାଳଜୀ ପ୍ରସାଦ ପାଣିଗ୍ରାହୀ ଏବଂ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ବିଦ୍ୟାଳୟରୁ ଆସିଥୂବା କାଉନସେଲର୍ ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ରବିଶଙ୍କର ପ୍ରଧାନ, ଗୋବିନ୍ଦ ସାହୁ ଏବଂ ଚନ୍ଦ୍ରମଣି ସାହୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନୁ ଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ।




