

OTET ବାହାନାରେ ପଦୋନ୍ନତିରୁ ଶିକ୍ଷକ ବଞ୍ଚିତ ନହୁଅନ୍ତୁ
ବିଜେପୁର/ବରଗଡ : ଆଦ୍ୟ ତା.୧୭.୦୫.୨୦୨୫ ଶନିବାର ଦିନ ବରଗଡ ଜିଲ୍ଲା ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିଶାଳ ରାଲି ମାଧ୍ୟମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ବିଜେପୁର ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେରଙ୍କ ଜରିଆରେ ଏବଂ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟାଙ୍କୁ ତାଙ୍କ ବାସଭବନରେ ଦାବୀପତ୍ର ପ୍ରଦାନ କରାଯାଇଛି । ଗଣଶିକ୍ଷା ବିଭାଗ ତରଫରୁ ହୋଇଥିବା ଚିଠି ସଂଖ୍ୟା ୧୨୬୩୭/SME ତା.୦୨.୦୫.୨୦୨୫ ଅନୁଯାୟୀ ପଦୋନ୍ନତି କ୍ଷେତ୍ରରେ OTET କୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ସରକାରଙ୍କ ବିଭିନ୍ନ ଚିଠି ଅନୁସାରେ ତା.୧୧.୦୨.୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକଙ୍କୁ OTET ଦରକାର ନଥିଲା ବେଳେ ଏବେ OTET ବାହାନାରେ ପଦୋନ୍ନତିରୁ ଶିକ୍ଷକଙ୍କୁ ବଞ୍ଚିତ କରାନଯିବା ତଥା ସରକାରଙ୍କ ତରଫରୁ ଗତ ୦୩/୦୫/୨୦୨୫ ତାରିଖ ହୋଇଥିବା ଚିଠିକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗ, ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ, ସହ-ସମ୍ପାଦକ ରାଜେଶ ସାହୁ, କୋଷାଧକ୍ଷ ଶଶିଭୂଷଣ ସାହୁଙ୍କକ ସମେତ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହାକୁ ପ୍ରତ୍ୟାହୃତ ନ କଲେ ଆଗାମୀ ଦିନରେ ଏହା ବିରୋଧରେ ସଂଘ ତରଫରୁ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବ ବୋଲି ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ ସୂଚନା ଦେଇଛନ୍ତି ।





