ଓଡିଶା ଶ୍ରମିକ ସମବାୟ ସମିତି ବିଜେପୁର ଶାଖାର ବୈଠକ

ଓଡିଶା ଶ୍ରମିକ ସମବାୟ ସମିତି ବିଜେପୁର ଶାଖାର ବୈଠକ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଏସ୍.ଏଚ୍.ଜି ଭବନ ଠାରେ ଓଡିଶା ଶ୍ରମିକ ସମବାୟ ସମିତି ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମବାୟ ସମିତିର ବିଜେପୁର ଏନ୍.ଏ.ସି ଶାଖା ପରିଚାଳକ ଦିନବନ୍ଧୁ ଦେହେରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ, ସୋନପୁର, ବଲାଙ୍ଗୀର ଓ ନୂଆଁପଡା ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ମେହେର, ସମ୍ମାନୀତ ଅତିଥି ଭାବେ ବରଗଡ ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ନନ୍ଦ ଉପସ୍ଥିତ ଥିଲେ । ବିଜେପୁର ଶାଖା ପରିଚାଳକ ଚନ୍ଦ୍ରଶେଖର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ବିଜେପୁର ଏନ୍.ଏ.ସି ଶାଖା ପରିଚାଳକ ପ୍ରେମଚାନ୍ଦ ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥିଙ୍କ ସମେତ ଏନ୍.ଏ.ସି ସଂଯୋଜିକା କ୍ରୀଷ୍ଣା ସାବତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗରିବ ଶ୍ରେଣୀର ଶ୍ରମିକମାନେ କିପରି ସମିତିରୁ ସହଯୋଗ ନେଇ ଆର୍ଥିକ ସ୍ଥିତିକୁ ମଜବୁତ କରିବେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବେକାର ଯୁବକ ଯୁବତୀ କର୍ମନିଯୁକ୍ତି ପାଇ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ସିଇଓ ଶ୍ରୀ ମେହେର ବୁଝାଇଥିବା ବେଳେ ଅଞ୍ଚଳର ସମସ୍ତେ ଏଥିରେ କିପରି ସିମିଲ ରହିବେ ସେ ବିଷୟରେ ସିଇଓ ଶ୍ରୀ ନନ୍ଦ ବୁଝାଇଥିଲେ । ବିଜେପୁର ଏନ୍.ଏ.ସି ଓ ବ୍ଲକ ଅଞ୍ଚଳର ଏଫ୍’.ଇ.ଓ ଏବଂ ଶହେରୁ ଅଧିକ ଏସ୍.ଏଚ୍.ଜି ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top