ଓ.ଏ.ଭି,ଏମ୍.ଗଣ୍ଡପାଲି, ବିଜେପୁରର ୨ୟ ବାର୍ଷିକୋତ୍ସବ “ଆରୋହଣ ୨.୦” : ଉନ୍ମୋଚିତ ହେଲା ବାର୍ଷିକ ଓ୍ବାଲ୍ ମେଗାଜିନ୍ ‘ପୂର୍ବରାଗ’

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ଏମ୍.ଗଣ୍ଡପାଲି (ବିଜେପୁର) ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦ୍ବିତୀୟ ବାର୍ଷିକୋତ୍ସବ ‘ଆରୋହଣ ୨.୦’ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉପନୀତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ମଧୁଛନ୍ଦା ସାହୁ ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ଅଧ୍ୟାପକ ଡ.ମଦନ ବିଶ୍ୱାଳ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବେ ବି.ଡି.ଓ ସରୋଜ କୁମାର ବିଶ୍ବାଳ, ବି.ଇ.ଓ ନାରାୟଣ ଭୁଏ, ତହସିଲଦାର କର୍ଣ୍ଣ ସୁନା, ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ଥିଲେ । ମହତ୍ତ୍ବପୂର୍ଣ୍ଣ ସମୟର ସଦୁପଯୋଗ ପୂର୍ବକ ଅଭିଳାଷିତ ସୁନ୍ଦର ଭବିଷ୍ୟତର ସାକାର ରୂପାୟନରେ କର୍ତ୍ତବ୍ୟ କରିବା ନିମିତ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସଭାରେ ଅତିଥିଗଣ ଅଙ୍ଗେନିଭା ଅନୁଭୃତିର ଉଦାୟରଣ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ଷ୍ରୀମତୀ ପ୍ରିୟଦର୍ଶୀନୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଲିଙ୍ଗରାଜ ପଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଲିପ୍ସିତା ଶବର ଅତିଥିଗଣଙ୍କୁ ପରିଚିତ କରେଇଥିଲେ ଓ ସଭା ଶେଷରେ ଗୋପ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଗୁରୁତ୍ବ ଭୂମିକା ତଥା କ୍ରୀଡା, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ କୃତିତ୍ତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସଭାରେ ମାନପତ୍ର, ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅତିଥିଗଣ ବିଦ୍ୟାଳୟର ବାର୍ଷିକ ଓ୍ବାଲ୍ ମେଗାଜିନ୍ “ପୂର୍ବରାଗ” ର ଉନ୍ମୋଚନ କରିଥିଲେ । ମଧ୍ୟାହ୍ନ ଭୋଜନ ବିରତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଗଣ ନୃତ୍ୟଗୀତ ଓ କ୍ଷୁଦ୍ର ନାଟକ “ବୃଦ୍ଧାଶ୍ରମ” ପରିବେଷଣ କରିଥିଲେ । ସତ୍ୟବାନ ମେହେର, ଲୋକନାଥ ମେହେର, ଲିଙ୍ଗରାଜ ମେହେର, ଟଙ୍କଧର ନାୟକ, ଶୁଶୀଳ ପ୍ରଧାନ, ଜୟନ୍ତ ଠାକୁର, ସ୍ନିଗ୍ଧା ପ୍ରିୟଦର୍ଶିନୀ ପଧାନ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଭାସ ସାହୁ,ବିରାଟ ବନଛୋର, ଦୀପକ ସାହୁ ସମେତ ସମସ୍ତ କର୍ମଚାରୀ ସମଗ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାର ସହିତ ସାଫଳ୍ୟ ମଣ୍ଡିତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top