ଓଏଭି ଏମ୍.ଗଣ୍ଡପାଲିରେ ସ୍ବଭାବକବିଙ୍କ ଜୟନ୍ତୀ ଉତ୍ସବ ପାଳିତ

ଓଏଭି ଏମ୍.ଗଣ୍ଡପାଲିରେ ସ୍ବଭାବକବିଙ୍କ ଜୟନ୍ତୀ ଉତ୍ସବ ପାଳିତ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଏମ୍.ଗଣ୍ଡପାଲି ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ଗୋପ ମହାନନ୍ଦଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ ଛାତ୍ରାଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ଦ୍ବାରା କବିଙ୍କ ରଚିତ ଭକ୍ତି ଓ ମଧୁମୟ କବିତା ସମବେତ କଣ୍ଠରେ ଗାୟନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଗଙ୍ଗାଧରଙ୍କ ଜୀବନୀ ଓ ସାହିତ୍ୟକୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଲୋକନାଥ ମେହେର ଗଙ୍ଗାଧର ମେହେରଙ୍କ ସମସାମୟିକ ପରିବେଶ ଓ ମାତୃଭୂମି ପ୍ରତି ଥିବା ତାଙ୍କର କର୍ତ୍ତବ୍ୟ ଓ ଅବଦାନ ବିଷୟରେ ଆଲୋକପାତ କରିବା ସହିତ ସ୍ୱରଚିତ ଏକ କବିତା ଆବୃତ୍ତି କରିଥିଲେ । ବିଦ୍ୟାଳୟର ପିଜିଟି, ଆଇସିଟି ଶିକ୍ଷକ ଚନ୍ଦନ ସାହୁ କବିଙ୍କ ବାଲ୍ୟ ସମୟର ଏକ ଘଟଣାର ବିବରଣୀ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁରାରୀ ପ୍ରସାଦ ସାହୁ ଗଙ୍ଗାଧର ମେହେରଙ୍କ ଜୀବନୀକୁ ଅତି ଚମତ୍କାର ଭାବେ ଉପସ୍ଥାପନା କରି କବିଙ୍କ ଉଦ୍ଦେଶ୍ୟରେ ରଚିତ ଏକ କବିତା ଆବୃତ୍ତି କରିଥିଲେ । ଭାବମୟ ପରିବେଶରେ ପାଳିତ ଉକ୍ତ ଉତ୍ସବ ଶେଷରେ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଲିଙ୍ଗରାଜ ପଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top