ଓଏଭି ଏମ. ଗଣ୍ଡପାଲିର ଆରୋହଣ ୪.୦ ଉଦଯାପିତ

ଓଡିଶା ଆଦର୍ଶ ବିଦ୍ୟାଳୟ ଏମ୍.ଗଣ୍ଡପାଲିର ବାର୍ଷିକୋତ୍ସବ – ୨୦୨୬

ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏମ୍.ଗଣ୍ଡପାଲିର ଚତୁର୍ଥ ବାର୍ଷିକୋତ୍ସବ ୪.୦- ୨୦୨୬ ମହା ସମାରୋହରେ ପାଳିତ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟା ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ବିଦ୍ୟାଳୟର ନବନିର୍ମିତ ବିଜ୍ଞାନ ଗାରକୁ ଉଦଘାଟିତ କରିଥିଲେ ।

ମୁଖ୍ୟବକ୍ତା ଭାବେ ବରଗଡ ପଞ୍ଚାୟତ କଲେଜର ଆସିଷ୍ଟାଣ୍ଡ ପ୍ରଫେସର୍ ମାନଭଞ୍ଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ଓଏଭି ଝାରବନ୍ଧର ଅଧ୍ୟକ୍ଷ ଜିତେନ୍ଦ୍ର ପଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମହତ୍ତ୍ବପୂର୍ଣ୍ଣ ଉପଦେଶ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ବାର୍ଷିକ ବିବରଣୀ ପଠନ ପୂର୍ବକ ଶିକ୍ଷା, କ୍ରୀଡ଼ା ଓ ସାଂସ୍କୃତିକ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ କୃତିତ୍ବ ବ ଉପସ୍ଥାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଓ ନାଟକ ପ୍ରଦର୍ଶିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top