ନୂଆଁଖାଇ ଭେଟଘାଟରେ ନୃତ୍ୟ ପ୍ରତିଯୋଗିତା

ନୂଆଁଖାଇ ଭେଟଘାଟରେ ନୃତ୍ୟ ପ୍ରତିଯୋଗିତା

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୁଡାପାଲି ସ୍କୁଲ ପଡା ଗଣେଷ ପୂଜା କମିଟୀ ତରଫରୁ ନୂଆଁଖାଇ ଭେଟଘାଟ ଅବସରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଗୌନ୍ତିଆ ତଥା ଆଇନଜୀବୀ ରାମପ୍ରସାଦ ସାହୁ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁଜାତା ସାହୁଙ୍କ ପ୍ରତିନିଧି ସୁରେନ୍ଦ୍ର ସାହୁ, ଉଜଳ ବରିହା, ସୁବଳ ସାହୁ, ସମୀର ସାହୁ, କ୍ଷମାସାଗର ସାହୁ, କମିଟୀ ସଭାପତି ଧନପତି ସାହୁ ଓ ସଦସ୍ୟମାନଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମର ଉଦଘୋଷକ ତଥା ସଞ୍ଚାଳକ ଭାବେ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଉପସ୍ଥିତ ବୁଦ୍ଧି ପ୍ରୟୋଗ ପୂର୍ବକ ସୂଚାରୁରୂପେ ଦାୟୀତ୍ବ ତୁଳାଇଥିଲେ ।

ବିଚାରକ ଭାବେ ସୁଦାମ ମେହେର, ହରିପ୍ରିୟା ମେହେର, ହରେରାମ ବାଗ, ଉଦୟ ଭୋଇ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ମହତ୍ ଦିଗଦର୍ଶନ ପୂର୍ବକ ନିଜ ନିଜର ସୁବିଚାର ସାବ୍ୟସ୍ତ କରୁଥିବା ବେଳେ ଦର୍ଶକଗଣଙ୍କ ଆନ୍ତରିକତା ଫୁଟିଉଠୁଥିବା ହେତୁ ମଞ୍ଚରେ ନୃତ୍ୟ କରିବାକୁ ଏଡାଇ ଦେଇ ପାରିନଥିଲେ । ଏହି ଅବସରରେ ୨୦୨୫ ବୁଡାପାଲି ହାଇସ୍କୁଲ ପରୀକ୍ଷା ରେ ସର୍ବୋଚ୍ଚ ୪୪୧ ମାର୍କା ଓ ବିଜେପୁର କଲେଜ +୨ ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ୫୨୬ ମାର୍କା ହାସଲ କରି ଗ୍ରାମର ଗୌରବ ଦ୍ବି-ଗୁଣିତ କରିଥିବା ଗ୍ରାମର ଉଦିୟମାନ ପ୍ରତିଭା ଯଥାକ୍ରମେ ଗୀତିସୁଧା ମେହେର ଓ ଅଙ୍କିତା ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଉପନୀତ ନୃତ୍ୟ ପ୍ରତିଯୋଗିତାରେ ଜୟଶ୍ରୀ ସାହୁ, ବର୍ଷାରାଣୀ ଷାଣ୍ଢ ଓ ମିଷ୍ଟି ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରଷ୍କାର ଅକ୍ତିଆର କରି ପୁରଷ୍କୃତ ହୋଇଥିବା ବେଳେ ସମସ୍ତଙ୍କୁ ମୁଗ୍ଧ କରିଥିବା ଦିବ୍ୟାରାଣୀ କଣ୍ଟାଙ୍କୁ ସାନ୍ତ୍ବନାମୂଳକ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି ମନମୁଗ୍ଧକର କାର୍ଯ୍ୟକ୍ରମର ଆକର୍ଷଣ ରାତ୍ରୀର ଚାରି ପ୍ରହରରୁ ଶେଷ ତିନୋଟି ପ୍ରହର ଟପେଇ ଦେଇଥିବା ବେଳେ ଶେଷ ପର୍ଯ୍ୟନ୍ତ ଗ୍ରାମ ତଥା ଆଖପାଖ ଗ୍ରାମରୁ ଆସିଥିବା ଦର୍ଶକଗଣ ମନୋରଞ୍ଜନ ପୂର୍ବକ କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top