ନୂଆଁ ପରମ୍ପରା : ପୁସ୍ତକ ଦେଇ ବିଦାୟ ଉତ୍ସବ ପାଳିତ

ନୂଆଁ ପରମ୍ପରା : ପୁସ୍ତକ ଦେଇ ବିଦାୟ ଉତ୍ସବ ପାଳିତ

ବିଜେପୁର/ବରଗଡ : ଅଦ୍ୟ ତା.୧୬.୦୪.୨୦୨୫ ବୁଧବାର ଦିନ ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଯୁକ୍ତତିନି ତୃତୀୟ ବର୍ଷ ଶେଷ ପର୍ଯ୍ୟାୟର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ନିରାଡ଼ମ୍ବର ସହିତ ପାଳିତ ବିଦାୟ ଉତ୍ସବ ସଭା ପ୍ରାରମ୍ଭରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ-ଅଧ୍ୟାପିକା ମାଁ ସରସ୍ବତୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିବା ପରେ ବିଭାଗର ସଞ୍ଚିତା ଥଇତ, ମନୀଷା ସାହା, ଇନ୍ଦୁମତୀ ପଧାନ ପ୍ରମୁଖ ବିଦାୟ ସଂଗୀତ ଗାୟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମଣିଷ କରିବା କ୍ଷେତ୍ରରେ ଅନୁଷ୍ଠାନିକ ଶିକ୍ଷାର ଭୂମିକାକୁ ଅଭିବ୍ୟକ୍ତି ଛଳରେ ପ୍ରକାଶ କରିଥିବା ବେଳେ ସଂସ୍କୃତ ପ୍ରାଧ୍ୟାପକ ମହେନ୍ଦ୍ର ପଧାନ ଶୃଙ୍ଖଳିତ ଜୀବନ ଧାରା ହିଁ ମଣିଷକୁ ଆଗକୁ ନିଏ ବୋଲି ମତବକ୍ତ କରିଥିଲେ । ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପାଣିଗ୍ରାହୀ ନିଜ ଜୀବନର ଅନୁଭୂତିକୁ ବଖାଣିଥିଲେ । ଡକ୍ଟର ଚିନ୍ମୟ ସାହୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଓ ଜ୍ଞାନକୁ ବ୍ୟାପକ କରିବା ପାଇଁ ପ୍ରତିମାସ ସେମିନାର କରିବାର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ଦେଇଥିଲେ । ବିଭାଗର ତରୁଣ ଅଧ୍ୟାପକ ଡକ୍ଟର ଦିନେଶ ଅଗ୍ରଓ୍ବାଲା ଶିକ୍ଷା ଜୀବନରେ ପାଠ୍ୟପୁସ୍ତକର ଭୂମିକାକୁ ଆଲୋଚନା କରି ସ୍ୱରଚିତ କଳ୍ପିତା ପୁସ୍ତକର ହିନ୍ଦୀ ଅନୁବାଦ ତୃତୀୟ ବର୍ଷର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ, ଯାହା ବିଜେପୁର ମହାବିଦ୍ୟାଳୟ ପାଇଁ ଏକ ନୂଆ ପରମ୍ପରା ସୃଷ୍ଟି କରିଛି l ଅଧ୍ୟାପିକା ସ୍ବାଗତିକା ଗଡତିଆ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ l ଦ୍ବିତୀୟ ବର୍ଷ ଛାତ୍ର ପ୍ରଭାତ ସାହୁ ସଭା ପରିଚାଳନା କରିଥିବା ବେଳେ ସମଗ୍ର କାର୍ଯ୍ୟକ୍ରମରେ ପ୍ରଥମ ବର୍ଷର ମିଳନ ଦେହେରୀ, ସମୀର ପଧାନ, ପିଙ୍କି ଗଡତିଆ ପ୍ରତ୍ୟୁଷ କୁମାର ଦାସ, ପୂଜା ସେଠ, ଇନ୍ଦୁମତୀ ପଧାନ, ଝରଣା ମେହେର ଦ୍ବିତୀୟ ବର୍ଷର ପ୍ରଭାତ ସାହୁ, ମାନସ ତାଣ୍ଡି, ରିମଝିମ ଗଡତିଆ, ସୀମା ମେହେର, ମନୋଜ ବରିହା, ଲିଜା ପଧାନ, ଶୁଭମ ମୁଖି ଆଦି ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପରିଶେଷରେ ମାନସ ତାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିଲେ l

Leave a Comment

Your email address will not be published. Required fields are marked *

Scroll to Top