ଏନ୍.ଏସ୍.ଏସ୍ ୟୁନିଟ୍ ତରଫରୁ ରକ୍ତଦାନ ଶିବିର

୨୩ ୟୁନିଟ୍ ରକ୍ତ ସଂଗୃହିତ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର କଲେଜର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ବିଜେପୁର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସ୍ୱେଚ୍ଛାକୃତ ରକ୍ତଦାନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଜୀବନ ରକ୍ଷା କରିବାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ କାର୍ଯ୍ୟକ୍ରମରେ ଜିଲ୍ଲା ରକ୍ତଭଣ୍ଡାର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ବିଜେପୁର ଏବଂ କୋଶଲ ପରିବାର ଖରମୁଣ୍ଡାର ସହଯୋଗରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସୁଶାନ୍ତ ମେହେର ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।ପି.ଏଚ୍.ଇ.ଓ ସୁଦାମ ଚରଣ ପାଣିଗ୍ରାହୀ, ଏଲ.ଟି ରେବତୀକାନ୍ତ ସାହୁ, ଅମରଜିତ ମହାନ୍ତି (କାଉନସିଲର), ରାକେଶ ରାଣା, ସୁଜିତ ସାହୁ (Attd), କୃଷ୍ଣଚନ୍ଦ୍ର ସାହୁ (ଡ୍ରାଇଭର) ସମସ୍ତ ପ୍ରକାରର ସହଯୋଗ କରିଥିଲେ । NSS ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପ୍ରତୀକ୍ଷା ସେଠଙ୍କ ମାର୍ଗଦର୍ଶନରେ ଆୟୋଜିତ ଶିବିରରେ ରବିକାନ୍ତ ମହାନନ୍ଦନ୍ଦ (NSS PO), ସାନନ୍ଦ ସେଠ (ଖେଳ ଶିକ୍ଷକ), ମାନସୀ ମହାରଣା, ଗଣେଶ ସାହୁ, ସୁନୀଲ ପଧାନ ଏବଂ ସମୀର ସାହୁ ପଞ୍ଜିକରଣ ପୂରଣ କରିବାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ନିମିତ୍ତ ଓଡ଼ିଆ ଅଧ୍ୟାପକ ଡକ୍ଟର ଦିନେଶ ଅଗ୍ରଓ୍ବାଲା ଏବଂ ଇତିହାସ ଅଧ୍ୟାପକ ସୁନୀଲ ପଧାନ ପ୍ରଥମ ପର୍ଯ୍ୟାୟରେ ରକ୍ତଦାନ କରିଥିଲେ । ଏଥିରେ ମୋଟ ୨୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ NSS ସ୍ୱେଚ୍ଛାସେବୀ ରାଜେଶ ଦୀପ, ସୁଦୟା ଭୋଇ, ଶଶିକାନ୍ତ ରଣା, ରାଜେଶ ସାହୁ ଏବଂ ପ୍ରଭାତ ସାହୁ ରକ୍ତଦାତାମାନଙ୍କୁ ସହାୟତା, ରକ୍ତ ଦାନ ପରବର୍ତ୍ତୀ ଯତ୍ନ ପରିଚାଳନା ତଥା ପେୟଜଳ ଯୋଗାଇବାରେ ସହଯୋଗ କରିଥିଲେ । ପ୍ରଶଂସାର ସ୍ମାରକ ସ୍ୱରୂପ, ଜୀବନ ରକ୍ଷା କରିବାରେ ରକ୍ତଦାଦା ମାନଙ୍କର ମହାନ ଅବଦାନକୁ ସ୍ୱୀକୃତି ଦେଇ ସମସ୍ତଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସହଯୋଗୀ ମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ତଥା ନିଃସ୍ବାର୍ଥପର ସେବାରେ କାର୍ଯ୍ୟକ୍ରମଟି ସୂତାରୁ ରୂପେ ସଫଳ ହୋଇଥିଲା ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top