ନିଖିଳ ଓଡିଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଘ ଗଠନ

ନିଖିଳ ଓଡିଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଘ ଗଠନ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ରେଡ଼କ୍ରସ ଭବନଠାରେ ମଙ୍ଗଳବାର ଅଣ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୂହର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ସମ୍ମତି କ୍ରମେ ରାଜ୍ୟ ସ୍ତରୀୟ ଏକ ସଂଘ ଗଠନ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ଓ ସଂଘର ସୁପରିଚାଳନା ନିମିତ୍ତ ଏକ କମିଟୀ ଗଠନ କରାଗଲା । ଏଥିରେ ସଭାପତି ଭାବେ ଲୋଚନ ବରିହା, ଉପ-ସଭାପତା ଭାବେ କିଶୋର ଚନ୍ଦ୍ର ଦେବତା, କିଶୋର ପାତ୍ର ସମ୍ପାଦକ, ଦୁଃଖୀଶ୍ୟାମ ପରିଡ଼ା ସହ-ସମ୍ପାଦକ ଓ ବିରଞ୍ଚି ନାରାୟଣ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ଉକ୍ତ ସଂଘକୁ ୧୮୬୦ ସୋସାଇଟି ଆକ୍ଟ୍ ଅନୁସାରେ ପଞ୍ଜୀକରଣ କରାଯିବାର ନିଷ୍ପତ୍ତି ହୋଇଥିଲା । ଓଡିଶାର ବିଭିନ୍ନ ଅଞ୍ଚଳରୁ ପରିଚାଳନା କମିଟୀ ସଦସ୍ୟ ବୃନ୍ଦ ତଥା ଅଧ୍ୟକ୍ଷ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀଗଣ ଯୋଗଦାନ କରିଥିଲେ । ନିମାଇଁ ଚରଣ ସିଂ ସଭା ପରିଚାଳନା କରିଥିବା ବେଳେ ପ୍ରତ୍ୟୁଷ ପ୍ରସନ୍ନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରୀତିଶ କୁମାର ପଣ୍ଡା, ହେତୁ ପାତ୍ର, ବଳିଷ୍ଠ ପୁରୀ, ସହଦେବ ମହାରଣା, ଫକୀର ବେହେରା ଆଦି ସଦସ୍ୟ ସଭାରେ ସହଯୋଗ କରିଥିଲେ । ଆଗାମୀ ସମୟ ପାଇଁ ଏକ ପଞ୍ଜୀକୃତ ସଂଗଠନ ଗଠନ କରି ସମସ୍ୟା ଗୁଡିକର ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ହେଲା । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ଏକ ପ୍ରତିନିଧି ଦଳ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭୂବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରି ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ତାହା ସକାରାତ୍ମକ ଥିଲା ବୋଲି ସୂଚନା ମିଳିଛି ।

Leave a Comment

Your email address will not be published. Required fields are marked *

Scroll to Top