ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଗାଇସିଲେଟ : ଅଦ୍ୟ ତା.୧୬.୦୯.୨୦୨୫ ମଙ୍ଗଳବାର ଦିନ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମହାବିଦ୍ୟାଳୟ ପରିସରରେ ପରିଚାଳନା କମିଟୀର ସଭାପତି କିଶୋର ପାତ୍ରଙ୍କ ଅଧ୍ୟକ୍ଷତାରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ତରଫରୁ ନବାଗତ ତଥା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିୟା ଉପସ୍ଥିତ ରହି ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ ପୂର୍ବକ ଭଳ ପାଠପଢି ସୁ-ନାଗରିକ ହେବା ନିମିତ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଉତ୍ସାହିତ କରିବା ସହିତ ମହାବିଦ୍ୟାଳୟର ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟୀ ସମ୍ପାଦକ କିଶୋର ଚନ୍ଦ୍ର ଦେବତା ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡା, ସରପଞ୍ଚ ରାମଚନ୍ଦ୍ର ପାତ୍ର, କମିଟୀ ସଦସ୍ୟ ମୁକେଶ ମୁରାରୀ କେଡିଆ, ଶୈଳବାଳା ଦେବତା, ଶିବ ପଧାନ, ମନୋହର ନାଏକ, ମୁରଲୀ ସାଗର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥିଙ୍କୁ ପରିଚାଳନା କମିଟୀ ସଭାପତି ଓ ସମ୍ପାଦକ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ଏହି ଅବସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅଧ୍ୟାପକ ନରେନ୍ଦ୍ର ଦେହେରୀଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଅର୍ଚ୍ଚନା ଦାଶ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପିକା ଲୋପାମୁଦ୍ରା ପ୍ରଧାନ ଅଧ୍ୟାପକ ପ୍ରତାପ ହଂସ, ମୁକେଶ ସାହୁ, ହେତୁ ପାତ୍ର, ଲିଙ୍ଗ ହାତୀ, ଜୟଦେବ ବିଶ୍ବାଲ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top