Mukhyamantri Kalakar Sahayata Yojana: ଶୀଘ୍ର କଳାକାର ଭତ୍ତା ପ୍ରଦାନ କରା ନ ଗଲେ ବିରାଟ ଆନ୍ଦୋଳନ ଚେତାବନୀ

ବରଗଡ଼ /ଝାରବନ୍ଧ: ଗତ ବର୍ଷ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ଭତ୍ତା ପାଇବା ପାଇଁ କଳାକାରମାନେ ଆବେଦନ କରିଥିଲେ | ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ର ସଭା ଗୃହ ରେ କଳାକାର ଚୟନ ପାଇଁ କଳାକାର ମାନେ ଅଡିସନ ପୂର୍ବକ ନିଜ ନିଜର କଳା ପରିବେଷଣ ମଧ୍ୟ କରିଥିଲେ | ହେଲେ ମାସ ମାସ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଚୟନ ହୋଇଥିବା ଯୋଗ୍ୟ କଳାକାର ମାନଙ୍କୁ ଭତ୍ତା ଦିଆଯାଇ ନାହିଁ | ସେହି କଳାକାର ମାନଙ୍କୁ ଶୀଘ୍ର ଭତ୍ତା ଯୋଗାଇ ଦେବା ପାଇଁ ଆଜି ଲକ୍ଷେଘର ଗଣ୍ଡା ସମାଜ ଝାରବନ୍ଧ ବ୍ଲକ ସଭାପତି ଭୋଜରାଜ ବାଗ ଏକ ଦାବିପତ୍ର ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ଙ୍କୁ ଦେଇଛନ୍ତି l ଆଗାମୀ ଦିନରେ ଯୋଗ୍ୟ କଳାକାର ଙ୍କୁ ଭତ୍ତା ପ୍ରଦାନ କରା ନ ଗଲେ ବିରାଟ ଆନ୍ଦୋଳନ ହେବ ବୋଲି ଶ୍ରୀଯୁକ୍ତ ବାଗ ସୂଚନା ପ୍ରଦାନ କରିଛନ୍ତି |

Leave a Comment

Your email address will not be published. Required fields are marked *

Scroll to Top