

ମୁଖ୍ୟ ଶାସନ ସଚିବ ଓଡ଼ିଶା ସରକାର ଅନୁ ଗର୍ଗଙ୍କୁ ଭେଟିଲେ ସୁନ୍ଦରଗଡ ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାଗଣ
ଭୁବନେଶ୍ବର : ସୁନ୍ଦରଗଡ ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତି ତରଫରୁ ଚଳିତ ବର୍ଷ ତା.୨୦.୦୨.୨୦୨୬ ରୁ ତା.୨୨.୦୨.୨୦୨୬ ରାଜ୍ୟ ସ୍ତରୀୟ ଓଡିଶା ଲୋକକଳା ମହୋତ୍ସବ ୨୦୨୬, ଗୁରୁ ଶିଷ୍ୟ ପରମ୍ପରା ଅନ୍ତର୍ଗତ ଗୁରୁ ପୂଜନ କାର୍ଯ୍ୟକ୍ରମ, କଳାକାରଙ୍କ ଦ୍ବାରା ମୃତ୍ୟୁ ପରେ ସ୍ବଇଚ୍ଛାରେ ଅଙ୍ଗଦାନ କାର୍ଯ୍ୟକ୍ରମ ଓ ରାଜ୍ୟ ସ୍ତରୀୟ ଭାଗବତ ପାରାୟଣ ପ୍ରମୁଖ କାର୍ଯ୍ୟକ୍ରମକୁ ମହା ଆଡମ୍ବରରେ ପାଳନ ନିମିତ୍ତ ସ୍ଥିର ହୋଇଥିବା ବେଳେ ଲୋକକଳା ମହୋତ୍ସବ ସହିତ ମୋଟ ଚାରିଗୋଟି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମିତ୍ତ ପ୍ରସ୍ତୁତି ସରିଯାଇଛି । ସମସ୍ତ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ଅଟକଳ ପରିମାଣ ପ୍ରାୟଃ ଟ.୨୮,୩୨,୦୦୦/- (ଅଠାଇଶ ଲକ୍ଷ ବତିଶ ହଜାର) ହେଉଥିବା ବେଳେ ଓଡିଶାର ପଶ୍ଚିମାଞ୍ଚଳ ସୁନ୍ଦରଗଡ଼ ଜିଲ୍ଲା ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ କଳାକାର ମାନେ ସାଧାରଣତଃ ଗରିବ । କଳାକାରଙ୍କ ଉନ୍ନତି, ମାନ ସମୃଦ୍ଧି ସମେତ ବିଭିନ୍ନ ସ୍ବାଗତଯୋଗ୍ୟ କାର୍ଯ୍ୟକ୍ରମ ହାତକୁ ନେଉଥିବାରୁ ଉପରୋକ୍ତ ମହୋତ୍ସବର ସଫଳ ରୂପାୟନ ନିମିତ୍ତ ଅନୁଦାନ ପାଇଁ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଭେଟି ସୁବିଚାର ପୂର୍ବକ ଆବଶ୍ୟକୀୟ ଅନୁଦାନ ପାଇବାର ନିବେଦନ ସହିତ ଏ ସଂକ୍ରାନ୍ତିୟ ଆଲୋଚନା କରିଛନ୍ତି ସୁନ୍ଦରଗଡ ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଏବଂ ନିୟମାନୁସାରେ ଏହାର ସୁବ୍ୟବସ୍ଥା କରାଯିବ ବୋଲି ପ୍ରତ୍ୟୁତ୍ତର ରଖିଥିଲେ ମାନ୍ୟବର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମହୋଦୟା। ଏଥିରେ ଓଡିଶା କଳାକାର ମହାସଂଘର ସଭାପତି ଚୈତନ୍ୟ ପାଇକ, ସୁନ୍ଦରଗଡ ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର କୋଷାଧ୍ୟକ୍ଷ ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରମେଶ ସୁନା, ସମିତିର ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟଙ୍କ ସମେତ ମହୋତ୍ସବର ଶୁଭ ଚିନ୍ତକଗଗଣ ସାମିଲ ଥିଲେ ଏବଂ ଏହି ମହୋତ୍ସବ ପାଇଁ କଳାକାରମାନେ ପ୍ରବଳ ଉତ୍ସାହିତ ଅଛନ୍ତି ବୋଲି ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁନା ସୂଚନା ଦେଇଛନ୍ତି ।





