

ନୂତନ କର୍ମକର୍ତ୍ତା ଚୟନ
ବିଜେପୁର/ବରଗଡ : ଆଦ୍ୟ ତା.୩୧.୦୩.୨୦୨୫ ସୋମବାର ଦିନ ବରଗଡ ଜିଲ୍ଲା ବିଜେପୁର ଶିକ୍ଷକ ଭବନ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାପତି ବାସୁଦେବ ପଧାନଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ସହ-ସମ୍ପାଦକ ଶଶିଭୂଷଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ କୋଷାଧ୍ୟକ୍ଷ ପ୍ରେମରାଜ ପଧାନ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷର ଶିକ୍ଷକ, ଶିକ୍ଷାର୍ଥୀ ଓ ଶିକ୍ଷାୟତନର ସର୍ବାଙ୍ଗୀନ ବିକାଶ ଓ ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଶିକ୍ଷକ ମାନେ ନିଜ ନିଜର ମତ ପୋଷଣ କରିଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷକ ସୁମନ୍ତ କୁମାର ଗଡତିଆଙ୍କ ପୃଷ୍ଠପୋଷକତାରେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ସନ୍ତୋଷ ବାଗ, ଉପ-ସଭାପତି ସୁନନ୍ଦ ମିଶ୍ର, ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ, ସହ-ସମ୍ପାଦକ ରାଜେଶ ସାହୁ, କୋଷାଧ୍ୟକ୍ଷ ଭାବେ ଶଶିଭୂଷଣ ସାହୁଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ବାସୁଦେବ ପଧାନ, ଅଚ୍ୟୁତାନନ୍ଦ ମାଝୀ, ଘନଶ୍ୟାମ ଦନସନା, ପ୍ରେମରାଜ ପଧାନ, ପ୍ରଶାନ୍ତ କୁମାର ପଣ୍ଡା, ବିଡ଼ିଓ ସାହୁ, ମାଧବ ଚନ୍ଦ୍ର ସାହୁ, ହୃଦମଣି ସାହୁ, ଦୂର୍ବାଦଳ ବଡଗୁଛିଆ, ସୀତାରାମ ଦୀପ, ଆର୍ତ୍ତତ୍ରାଣ ଚୌହାନ, ଶୈଳେନ୍ଦ୍ର ନାରାୟଣ ମିଶ୍ର, ଯଦୁମଣି ସୁନା ଏବଂ ଅଭିଷେକ ଦାଶ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ବିଜୟ କୁମାର ସାହୁଙ୍କ ସଂଯୋଜନାରେ ପରିଚାଳିତ ବୈଠକରେ ବରିଷ୍ଠ ଶିକ୍ଷକ ଭାଗବତ ସାହୁ ଏବଂ ସୁମନ୍ତ କୁମାର ଗଡ଼ତିଆ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ପରିଶେଷରେ ହୃଦମଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।





