ମେଧାବୀ ଛାତ୍ରୀଙ୍କ ପାଇଁ ଘନଶ୍ୟାମ ସାହୁ ଦେଲେ ଏକ ଲକ୍ଷ ଟଙ୍କା

ମେଧାବୀ ଛାତ୍ରୀଙ୍କ ପାଇଁ ଘନଶ୍ୟାମ ସାହୁ ଦେଲେ ଏକ ଲକ୍ଷ ଟଙ୍କା

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୩-୨୪ ଶିକ୍ଷା ବର୍ଷରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଆକୃତି ପାଣ୍ଡେ ଓ ତୋଷନ ପ୍ରଧାନଙ୍କୁ ସ୍କୁଲ ପକ୍ଷରୁ ପୁରସ୍କୃତ କରାଯାଇଥିବା ବେଳେ ବିନିକା ବ୍ଲକର ପ୍ରାକ୍ତନ ବିଇଓ ଘନଶ୍ୟାମ ସାହୁ ତାଙ୍କର ଜନ୍ମ ଦିନ ଅବସରରେ ତୃତୀୟ, ପଞ୍ଚମ, ଅଷ୍ଟମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କ ମଙ୍ଗଳ ସାଧନ ପାଇଁ ପ୍ରତିବର୍ଷ ସହଯୋଗ ପ୍ରଦାନ କରାଯିବାର ଲକ୍ଷରେ ଏକଲକ୍ଷ ଟଙ୍କା ରାଶି ପ୍ରଦାନ କରିଥିଲେ । ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁ ଓ ତାଙ୍କ ପତ୍ନୀ କାନ୍ତୀ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସି.ଆର୍.ସି.ସି ରାଜେଶ୍ବର ବେହେରା ପ୍ରାକ୍ତନ ବିଇଓଙ୍କ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ କୃତିତ୍ବ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ପ୍ରେମରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top