ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ହଜାର

Oplus_131072

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ହଜାର

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଜାରିଂ କ୍ଲଷ୍ଟର ଅନ୍ତର୍ଗତ କ୍ଷେତରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନୀୟ ଗ୍ରାମର ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।ଉକ୍ତ ଟଙ୍କାରେ ପ୍ରତିବର୍ଷ ଏହି ବିଦ୍ୟାଳୟର ତୃତୀୟ ଓ ପଞ୍ଚମ ଶ୍ରେଣୀରେ ସର୍ବଶ୍ରେଷ୍ଠ ନମ୍ବର ରଖିଥିବା ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ । ଏହି ଅବସରରେ ପ୍ରଧାନ ଶିକ୍ଷକ ସୌଦାମିନୀ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା , ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ଓ ତାଙ୍କ ଧର୍ମପତ୍ନୀ କାନ୍ତୀ ସାହୁଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଧର୍ମ ସାହୁ ଅତିଥି ପରିଚୟ ପ୍ରଦାନ ଓ ଶିକ୍ଷକ ରତ୍ନ ଭୋଇ ମାନପତ୍ର ପଠନ କରିଥିଲେ । ସି.ଆର୍.ସି.ସି ରାଜେଶ୍ବର ବେହେରା ସଭାକୁ ପରିଚାଳନା କରିଥିଲେ । ସ୍କୁଲ ପରିଚାଳନା କମିଟୀ ଚେୟାରମେନ ରାଜେନ୍ଦ୍ର ପଟେଲ, ପୂର୍ବତନ ଚେୟାରମେନ ଯୋଗେନ୍ଦ୍ର ପଧାନ ଓ ଅଧିକାରୀ ପଧାନଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସତ୍ୟଭାମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top