ମାନପୁରରେ ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ମାନପୁର ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ବ୍ଲକସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ବିଜେପୁର ବ୍ଲକ ଶ୍ରୀ ଅରବିନ୍ଦ ପାଠଚକ୍ର ସମୂହର ଆବାହିକା ପ୍ରତିମା ଗୁରୁଙ୍କ ଅଧ୍ୟକ୍ଷତାରେ ସୋହେଲା ଶ୍ରୀ ଅରବିନ୍ଦ ପାଠଚକ୍ରର ପ୍ରଶାନ୍ତ ମିଶ୍ର, ଦେବାର୍ଚ୍ଚନ ସାହୁ, ମାନପୁର ଶିକ୍ଷା କେନ୍ଦ୍ରର ମ୍ୟାନେଜିଂ ଟ୍ରଷ୍ଟି ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ସ୍ବର୍ଣ୍ଣପ୍ରଭା ମାହାଣା ଓ ସନ୍ଧ୍ୟା ଛତର ଦୁର୍ଗା ସ୍ତୋତ୍ର, ମା ପୁସ୍ତକ ଅଧ୍ୟୟନ କରିଥିଲେ ଏବଂ କୁନ୍ତଳା ସାହୁ ମାତୃ ସଂଗୀତ ପରିବେଷଣ କରିଥିଲେ । ପରେ କର୍ମୀ ସମ୍ମିଳନୀର ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ଦଶ କର୍ମଧାରା ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ବିଜେପୁର, ମାନପୁର ଓ ଗଣ୍ଠିଆପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅପାଭାଇଗଣ ସାମିଲ୍ ହୋଇଥିଲେ। ମାନପୁର ଶିକ୍ଷା କେନ୍ଦ୍ରର ସଂପାଦକ ସୁରେନ୍ଦ୍ର ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ ।



