

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଲକ ମାଣିକଚଉଁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍କୁଲ ପରିସରରେ ରହିଥିବା ଗ୍ରମର ସମସ୍ତ ମହିଳା ପୁରୁଷ ସମବେତ ହୋଇ ଏକତ୍ର ଭୋଜନ କରିବା ପରିବେଶ ଖୁବ୍ ଭାବପୂର୍ଣ୍ଣ ହୋଇଥିଲା । ବିଦ୍ୟାଳୟ ପ୍ରତିଷ୍ଠା ସମୟର ପ୍ରଥମ ଶିକ୍ଷକ ସନ୍ତୋଷ ପଧାନଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡତିଆ ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜାରିଂ ସି.ଆର୍.ସି.ସି ରାଜେଶ୍ବର ବେହେରା, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ଜୟକୃଷ୍ଣ ଡନସନା, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ସାହୁ, ସ୍କୁଲ ପ୍ରାକ୍ତନ ଶିକ୍ଷକ କୈଳାସ ରାଜହଂସ, ସୁମନ୍ତ ଗଡତୀୟା, ବରିଷ୍ଠ ନାଗରିକ ନୂପ ସାହୁ, ସ୍କୁଲ ଚେୟାରମେନ ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଟ୍ରଫି ଓ ପ୍ରଶଂସାପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ସ୍କୁଲର ପ୍ରଧାନଶିକ୍ଷକ ଭୋଜରାଜ ଦୀପ ବିବରଣୀ ପଠନ କରିଥିଲେ ଜାରିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ସଭାକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସହକାରୀ ଶିକ୍ଷକ ଜୟନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।


ପରେ ଛାତ୍ରୀ ଝରଣା ସାହୁ ଓ ପପି ସାହୁଙ୍କ ସଂଯୋଜନାରେ ଜାରିଂ ତଥା ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନିରଞ୍ଜନ ସାହୁ, ବିଜୁ ସାହୁ, କବି ସାହୁ, ତପନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।



