ମହାସଭାରେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଚୟନ

ମହାସଭାରେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଚୟନ

ବରପାଲି : ବରଗଡ ଜିଲ୍ଲା ବରପାଲି ଆଶିର୍ବାଦ କଲ୍ୟାଣ ମଣ୍ଡପ ଠାରେ ଅଗଷ୍ଟ ୩୦ ତାରିଖ ଦିନ ନିଖିଳ ଉତ୍କଳ କୁଲି ମେହେର ସମାଜର ଏକ ରାଜ୍ୟ ସ୍ତରୀୟ ମହାସଭା ମାଁ କରମସାନୀ ଓ ସମଲେଇଙ୍କ ପୂଜାର୍ଚ୍ଚନା ପରେ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାସଭାରେ ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଜିଲ୍ଲାରୁ ପ୍ରାୟ ବାରଶହରୁ ଉର୍ଦ୍ଧ୍ବ କୁଲି ଜାତି ସମାଜର ଭାଇଭଉଣୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କୁଲି ଜାତିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସଡାନନ ମେହେର ୯୫ ବର୍ଷ ବୟସରେ ଯୋଗଦାନ କରି ଜାତି ଭାଇଙ୍କୁ ଉତ୍ସାହିତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ତିଲାରାମ ମେହେରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବରଗଡ଼ ଜିଲ୍ଲା ସଭାପତି ମଧୁସୁଦନ ମେହେର, ସମ୍ପାଦକ ସୁଦାମ ମେହେର ଓ ଅନ୍ୟ ସଦସ୍ୟ, ବୌଦ୍ଧ ଜିଲ୍ଲା ସଭାପତି ଗୋବର୍ଦ୍ଧନ ମେହେର, ଝାରସୁଗୁଡ଼ାର ସଭାପତି ବିନୋଦ ମେହେର, ସମ୍ବଲପୁରର ସଭାପତି ରିଙ୍କୁ ମେହେର, ଅନୁଗୁଳର ସଭାପତି ଜଗନ୍ନାଥ ମେହେର ଯୋଗଦାନ କରିଥିଲେ । ପୁର୍ବ ରାଜ୍ୟ ସ୍ତରୀୟ କମିଟୀର କାର୍ଯ୍ୟକାଳ ବିଗତ ୧୮ ଜୁନ୍ ୨୦୨୫ ରେ ସମାପ୍ତ ହୋଇଯାଇଥିବାରୁ ସଭାରେ ନୂତନ କାର୍ଯ୍ୟକର୍ତ୍ତାଙ୍କ ଚୟନ କରାଯାଇଥିଲା । ଆଗାମୀ ୩ ବର୍ଷ ପାଇଁ ଦଶରଥ ମେହେର ସଭାପତି, ରାମ ମେହେର ଓ ଜଗବନ୍ଧୁ ମେହେର, ଉପ-ସଭାପତି, ପୁରନ ମେହେର ସମ୍ପାଦକ, ଘନଶ୍ୟାମ ମେହେର ଓ ପ୍ରଫୁଲ୍ଲ ମେହେର ସହ-ସମ୍ପାଦକ ଓ ମନୋରଞ୍ଜନ ମେହେରଙ୍କୁ କୋଷାଧକ୍ଷ ଭାବ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଡୋଲାମଣି ମେହେରଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ଚୟନ କରାଯାଇଥିବା ବେଳେ ତିଲରାମ ମେହେର, ପ୍ରହଲ୍ଲାଦ ମେହେର, ସାଧୁରାମ ମେହେର, ଗୋବର୍ଦ୍ଧନ ମେହେର ଗଜ ମେହେର ପ୍ରମୁଖଙ୍କୁ ଉପଦେଷ୍ଟା ମଣ୍ଡଳୀରେ ଚୟନ କରାଯାଇଥିବା ଓ କଲ୍ୟାଣୀ ମେହେର, ସୁଜାତା ମେହେର, ଚୁମକି ମେହେର, ହେମନ୍ତ ମେହେର, ଗୋବର୍ଦ୍ଧନ ମେହେର, ବିନୋଦ ମେହେର ଓ କପିଳ ମେହେରଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବରେ ଚୟନ କରାଯାଇଥିଲା । ନୂତନ କମିଟୀ ଗଠନ ପରେ ଆଗାମୀ ଦିନର ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଶେଷରେ ତିଲରାମ ମେହେରଙ୍କ ଧନ୍ୟବାଦ ଅର୍ପଣ ପରେ ନବ ନିର୍ବାଚିତ ସଦସ୍ୟଙ୍କ ସ୍ବାଗତ ପୂର୍ବକ ଏକ ବିରାଟ ଶୋଭାଯାତ୍ରାରେ କୁସନପୁରୀ ଗ୍ରାମ ପରିକ୍ରମା କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top